ଜୀବିତ ଅଛନ୍ତି ନର୍ଥ କୋରିଆ ସୁପ୍ରିମ ଲିର୍ଡର

ଭୁବନେଶ୍ୱର() ନର୍ଥ କୋରିଆ ସୁପ୍ରିମ ଲିର୍ଡର କିମ ଜୋଙ୍ଗ ଉନ ଜୀବିତ । ତାଙ୍କ ସ୍ୱାସ୍ଥ୍ୟ ଓ ମୃତ୍ୟୁ କୁ ନେଇ ସବୁ ଆଲୋଚନା କେବଳ ଗୁଜବ । ସିଏନଏନ ଓ ନ୍ୟୁୟର୍କ ଟାଇମସର ରିପୋର୍ଟ ଅନୁଯାୟୀ କିମ ଜୀବିତ ଅଛନ୍ତି । ପ୍ରାୟ ୨୦ ଦିନ ପରେ କୈାଣସି ସମାଜିକ କାମରେ ଯୋଗ ଦେଇଛନ୍ତି ।

୧୧ଏପ୍ରିଲ ପରଠାରୁ କିମ ଲୋକଲୋଚନକୁ ଆସିନଥିଲେ । ଏପରିକି ତାଙ୍କ ଜେଜେବାପାଙ୍କ ୧୦୮ ତମ ଜନ୍ମଉତ୍ସବ ରେ ମଧ୍ୟ ଯୋଗ ଦେଇନଥିଲେ । ଏପରି ଅବସ୍ଥାରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁ ଆଲୋଚନା କରାଯାଉଥିଲା । କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ଆଜି କିମ ଏକ ଫଟିଲାଇଜର ପ୍ଳାଣ୍ଟର ଉଦଘାଟନ ଉତ୍ସବରେ ଯୋଗ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 3 =