ଆଇଫୋନ ପାଇଁ କିଡନୀ ବିକ୍ରୀ

ଜଣେ ଯୁବକ ଆଇଫୋନ କିଣିବା ପାଇଁ ନିଜ କିଡନୀ ବିକ୍ରୀ କରିଦେଇଛି। ସ୍କୁଲରେ ନିଜର ଜଲଓ୍ୱା ଦେଖାଇବା ପାଇଁ ସେ କିଡନୀ ବିକ୍ରୀ କରି ଆଇଫୋନ କିଣିଥିଲା ଏବଂ ଆଜି ସେ ଜୀବନ ସହିତ ସଂଗ୍ରାମ କରୁଛି। ଏକ ରିପୋର୍ଟ ଅନୁଯାୟୀ ଚୀନର ଜିଓ ବ୍ୟାଙ୍ଗ ନାମକ ଏକ ଯୁବକ ଆଜିଠୁ ସାତ ବର୍ଷ ପୂର୍ବରୁ ଆଇଫୋନ କିଣିବା ପାଇଁ ନିଜର କିଡନୀ ବିକ୍ରୀ କରିଦେଇଥିଲା। ରିପୋର୍ଟ ଅନୁଯାୟୀ ଯେତେବେଳେ ଆଇଫାନ ୪ ଲଞ୍ଚ ହୋଇଥିଲା ସେତେବେଳେ ଜିଓ ବ୍ୟାଙ୍ଗ୍ କେବଳ ୧୭ ବର୍ଷର ହୋଇଥିଲା। ସେହି ସମୟରେ ତାର ସ୍କୁଲରେ ଆଇଫୋନ ୪ ଧରୁଥିବା ପିଲାଙ୍କର ବହୁତ ଚାହିଦା ଥିଲା। ଯାହା ପାଖରେ ଆଇଫୋନ ନଥିଳା ସେମାନଙ୍କ ସହିତ ବହୁତ ଖରାପ ବ୍ୟବହାର କରାଯାଉଥିଲା।
ଏହି କଥାକୁ ବ୍ୟାଙ୍ଗ୍ ଗୁରୁତ୍ବପୁର୍ଣ୍ଣ ସହିତ ନେଇ ଆଇଫୋନ ପାଇଁ କିଡନୀ ବିକିବାର ନିଷ୍ପତି ନେଲା। ବ୍ୟାଙ୍ଗକୁ ଗୋଟିଏ କିଡନୀ ବଦଳରେ ୩,୨୦୦ ଆମେରିକା ଡଲାର ବା ୨,୨୩,୨୬୫ ଟଙ୍କା ମିଳିଥିଲା। ଏହା ନୂଆ ଆଇଫୋନ ମୂଲ୍ୟ ଠାରୁ ବହୁତ ଅଧିକ ଥିଲା। ବର୍ତ୍ତମାନ ବ୍ୟାଙ୍ଗକୁ ୨୪ ବର୍ଷ ହୋଇଗଲାଣି।
ଅପରେସନ ସମୟରେ ବ୍ୟାଙ୍ଗକୁ କୁହାଯାଇଥିଲା ଯେ ସପ୍ତାହ ପରେ ସେ ପୁର୍ବଭଳି ଠିକ ହୋଇଯିବ, କିନ୍ତୁ ଦୁର୍ଭାଗ୍ୟବଶତଃ ତାକୁ ଇନଫେକସନ ହୋଇଗଲା। ଏହା ଏତେ ଗମ୍ଭୀର ହୋଇଗଲା ଯେ ସେ ଗତ ସାତ ବର୍ଷ ହେବ ହସପିଟାଲରେ ଅଛନ୍ତି। ଏମିତିରେ ତାର ପରିବାର ଧାର-କରଜରେ ବୁଡି ଗଲେଣି, କାରଣ ବ୍ୟାଙ୍ଗର ଡାଇଲିସିସ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହେଉଛି।

Share

Leave a Reply

Your email address will not be published. Required fields are marked *

1 × 2 =