ଦିନେଶ କୁମାର ଖାରା ଏସବିଆଇର ଅଧ୍ୟକ୍ଷ ଭାବରେ ନିଯୁକ୍ତ

ନୂଆଦିଲ୍ଲୀ () ସରକାର ମଙ୍ଗଳବାର ଦିନ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ବରିଷ୍ଠ-ପରିଚାଳନା ନିର୍ଦ୍ଦେଶକ ଦିନେଶ କୁମାର ଖାରାଙ୍କୁ ସେହି ବ୍ୟାଙ୍କର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ସେ ରଜନୀଶ କୁମାରଙ୍କ ସ୍ଥାନ ନେଇଛନ୍ତି। ମଙ୍ଗଳବାର ଦିନ ରଜନୀଶ କୁମାର ତାଙ୍କର ତିନି ବର୍ଷ କାର୍ଯ୍ୟ ସମାପ୍ତ କରିଛନ୍ତି।

ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାର ଦିନେଶ କୁମାର ଖାରାଙ୍କୁ ଏସବିଆଇର ଅଧ୍ୟକ୍ଷ ଭାବରେ ତିନି ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଗତ ମାସରେ, ବ୍ୟାଙ୍କ ବୋର୍ଡ ବ୍ୟୁରୋ (ବିବିବି) ଖାରାଙ୍କ ନାମକୁ ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ୍ ଭାବରେ ସୁପାରିଶ କରିଥିଲେ।

Share

Leave a Reply

Your email address will not be published. Required fields are marked *

thirteen − ten =