ଉପରାଜ୍ୟପାଳଙ୍କ ନିଦେ୍ର୍ଧଶ ପାଳନ ହେବ

ନୂଆଦିଲ୍ଲୀ() ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି, ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ । ପୂର୍ବରୁ ଦିଲ୍ଲୀର ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ ବୋଲି ଆମେ ନିଷ୍ପତି ନେଇଥିଲୁ । ଯାହାକୁ ଉପରାଜ୍ୟପାଳ ବଦଳାଇ ଦେଇଥିଲେ । ଯେହେରୁ ଉଭୟ କେନ୍ଦ୍ର ଓ ଉପରାଜ୍ୟପାଳ ସରକାର ନିଷ୍ପତି ବଦଳାଇ ଦେଇଛନ୍ତି ,ତେଣୁ ଆମେ ସେମାନଙ୍କ ନିଷ୍ପତିକୁ ଆକ୍ଷରିକ ଭାବେ ପାଳନ କରିବୁ । କୌଣସି ରାଜନୀତିକ ମନ୍ତବ୍ୟ କିମ୍ବା ଲଢେଇ ହେବ ନାହିଁ । ଆମେ ସମସ୍ତ ଲୋକଙ୍କ ପାଇଁ ବେଡ ବ୍ୟବସ୍ଥା କରିବାକୁ ପ୍ରୟାସ କରିବୁ ଏବଂ ଏଥିପାଇଁ ମୁଁ ନିଜେ ମଇଦାନକୁ ଓହ୍ଲାଇବି ।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଦିଲ୍ଲୀରେ ବାହାର ରାଜ୍ୟର ଲୋକଙ୍କର ଚିକତ୍ସା କରାଯିବ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ନିଷ୍ପତିକୁ ଉପରାଜ୍ୟପାଳ ଅନୀଲ ବୈଜଲ ରଦ୍ଧ କରିଥିଲୋ ଏହାକୁ ନେଇ ପ୍ରଥମେ କେିଜି୍ରୱାଲଙ୍କ ସରକାର ଆକ୍ରାମକ ହୋଇ ପଡିଥିଲେ । ହେଲେ ଏବେ ଦିଲ୍ଲୀ ସରକାର ନିଜ ନିଷ୍ପତିକୁ ବଦଳାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 5 =