ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ଜାଇଫଳ

ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ସେହିପରି ଜାଇଫଳ ମଧ୍ୟ ଗୁଣକାରୀ ଏବଂ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଶରୀରକୁ କାର‌୍ୟ୍ୟକ୍ଷମ କରିବା ସହିତ ପାଚନ ପ୍ରକ୍ରିୟା ସୁଦୃଢ଼ କରିଥାଏ।

-ନିଦ୍ରାହୀନତା ଭଳି ବଡ଼ ସମସ୍ୟାରୁ ଜାଇଫଳ ମୁକ୍ତି ଦେଇଥାଏ। ଇନ୍‌ସୁମାନିଆ ଏପରି ଏକ ରୋଗ, ଯେଉଁଥିରେ ବାରମ୍ବାର ନିଦ ଭାଙ୍ଗିବା ସମସ୍ୟା ଦେଖାଯାଇଥାଏ। ପ୍ରାୟ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଇଥାଏ। ଜାଇଫଳ ଖାଇବା ଦ୍ୱାରା ଶରୀରରେ ସେରୋଟୋନିନ୍‌ ହର୍ମୋନ ବଢ଼ିଥାଏ, ଯାହା ଅନେକ ପ୍ରକାର ଚିନ୍ତାରୁ ମୁକ୍ତି ଦେଇଥାଏ। ଜାଇଫଳ ଖାଇବା ଫଳରେ ଏହି ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ।

-ଶରୀରକୁ ସୁସ୍ଥ ରଖି କାର‌୍ୟ୍ୟକ୍ଷମ କରାଏ ଜାଇଫଳ।

ବ୍ୟବହାର
ଏହାର ଗୁଣ୍ଡକୁ ଚା’ ରେ ମିଶାଇ ପିଇବା ସହ ରାତିରେ କ୍ଷୀରରେ ପକାଇ ପିଇପାରିବେ। ଏପରି କରିବା ଫଳରେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ମସଲା ଭାବେ ମଧ୍ୟ ଖାଦ୍ୟରେ ଗ୍ରହଣ କରିପାରିବେ। ଏହା ଦ୍ୱାରା ଖାଦ୍ୟର ସ୍ବାଦ ବଢ଼ିଥାଏ।

Share

Leave a Reply

Your email address will not be published. Required fields are marked *

four × three =