କଠୁଆ ନାବାଳିକାକୁ ନ୍ୟାୟ

୧୭ ମାସ ପରେ ଆସିଲା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ । ୬ ଜଣ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି ପଠାନକୋଟ କୋର୍ଟ । ମାଷ୍ଟର ମାଇଣ୍ଡ ସାଞ୍ଜି ରାମଙ୍କ ସମେତ ଦୀପକ ଖଜୁରିଆ, ପରବେଶ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏମାନେ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ରାଶି ଦେବେ । ସେହିପରି ପୋଲିସ ଅଧିକାରୀ ସୁରେନ୍ଦ୍ର କୁମାର, ଏଏସଆଇ ତିଲକ ରାଜ ଓ ଆନନ୍ଦ ଦତ୍ତାଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ସାଞ୍ଜି ରାମ ସମେତ ୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ସାଞ୍ଜି ରାମର ପୁଅ ବିଶାଲକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ଗତବର୍ଷ ୧୦ ଜାନୁଆରୀରେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଏହି ଦୁଷ୍କର୍ମ ଘଟଣା ହୋଇଥିଲା। ଜଣେ ଆଠ ବର୍ଷର ନାବାଳିକାକୁ ଅପହରଣ କରି ସପ୍ତାହେ ଧରି ସେମାନେ ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକା ଜଣଙ୍କ ହତ୍ୟାର ଶିକାର ହୋଇଥିଲା। ନାବାଳିକାର ପରିବାର ଲୋକେ ଝିଅ ନିଖୋଜ ହେବା ନେଇ ଥାନାରେ ଏତଲା ଦେବା ପରେ ଜାନୁଆରୀ ୧୭, ୨୦୧୮ରେ ନାବାଳିକାର ମୃତ ଦେହ ଉଦ୍ଧାର କରିଥିଲା ପୁଲିସ।

Share

Leave a Reply

Your email address will not be published. Required fields are marked *

six + five =