ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସର ସମସ୍ତ ୨୨ ମନ୍ତ୍ରୀ

ବେଙ୍ଗାଲୁରୁ()  କଂଗ୍ରେସର ୧୦ ଏବଂ ଜେଡିଏସ୍ ର ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଏବେ ଟଳମଳ ଅବସ୍ଥାରେ । ବିଧାୟକଙ୍କ ଇସ୍ତଫା ଦେବା ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସର ସମସ୍ତ ୨୨ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜି ପରମେଶ୍ୱରଙ୍କ ବାସଭବନରେ ମନ୍ତ୍ରୀମାନେ ଏକାଠି ଆଲୋଚନା କରିବା ପରେ ଏହି ପଦକ୍ଷେପ ନେଇଛନ୍ତି । କୁମାରସ୍ୱାମୀଙ୍କ ସରକାରରେ କଂଗ୍ରେସ କୋଟାରେ ୨୨ଜଣ ବିଧାୟକ ମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀମାନେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ବର୍ତ୍ତମାନ କର୍ଣ୍ଣାଟକାରେ ଲାଗିରହିଥିବା ରାଜନୀତିକ ସଙ୍କଟ ଏକ ଜଟିଳ ସ୍ତରରେ ପହଞ୍ଚିସାରିଛି। ଗୋଟିଏ ପଟେ ୧୦୫ ବିଧାୟକଙ୍କ ସହିତ ବିଜେପି ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ମେଣ୍ଟ ନିଜ ବିଧାୟକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଆଜି ବୈଠକ ପୂର୍ବରୁ ପରମେଶ୍ୱର କହିଥିଲେ, ସରକାର ବଞ୍ଚାଇବାକୁ ସେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି।

ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଏକ ହୋଟେଲରେ ଅଛନ୍ତି, ଯେଉଁଠାରେ ଗତ ଜାନୁଆରୀରେ ମଧ୍ୟ କିଛି ବିଧାୟକ ଥିଲେ। ଏହି ବିଧାୟକ ମାନଙ୍କୁ ମହାରାଷ୍ଟ୍ରର କିଛି ବରିଷ୍ଠ ବିଜେପି ନେତା ଭେଟିଥିବା କୁହାଯାଉଛି।

Share

Leave a Reply

Your email address will not be published. Required fields are marked *

17 + twenty =