ବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ରମେଶ କୁମାର

ବେଙ୍ଗାଲୁରୁ()  ଆଜି କର୍ଣ୍ଣାଟକ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ରମେଶ କୁମାର । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଛନ୍ତି । ଗତକାଲି ରମେଶ କୁମାର ଜେଡିଏସ ଓ କଂଗ୍ରେସର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବିଧାୟକଙ୍କୁ ନିଲମ୍ବନ କରିବ ସହିତ ୩ ବର୍ଷ ଯାଏଁ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଛନ୍ତି।

କଂଗ୍ରେସର ଜଣେ ଟାଣୁଆ ବିଧାୟକ ଭାବେ ରମେଶ କୁମାର ବେଶ ଜଣାଶୁଣା । କର୍ଣ୍ଣାଟକର ଶ୍ରୀନିବାସପୁରରୁ ୬ ଥର ବିଧାୟକ ଥିବା ରମେଶ କୁମାର ସିଦ୍ଧରମେୟାଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ କୁମାରସ୍ୱାମୀଙ୍କ ଓ କଂଗ୍ରେସ ଗଠବନ୍ଧନ ସରକାରରେ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଠାରେ ସୂଚନା ଥାଉ କି ଆଜି ବିଧାନସଭାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 15 =