ପୂର୍ବତନ କ୍ୟାପଟେନ୍ କପିଲ ଦେବଙ୍କୁ ହାର୍ଟ ଆଟାକ୍

ନୂଆଦିଲ୍ଲୀ()  ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ କପିଲ ଦେବଙ୍କୁ ହାର୍ଟ ଆଟାକ୍। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଛାତିରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ହାର୍ଟରେ ବ୍ଲକେଜ୍ କାରଣରୁ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଡାକ୍ତରଙ୍କ କହିବା ଅନୁସାରେ, ଏବେ ସେ ବିପଦମୁକ୍ତ ଅଛନ୍ତି। ୬୧ ବର୍ଷୀୟ କପିଲ ଦେବ ତୁରନ୍ତ ଆରୋଗ୍ୟ ହେବା ନେଇ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନମାନେ ପ୍ରାର୍ଥନା କରିଛନ୍ତି।

୧୬ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କପିଲ ଦେବଙ୍କୁ ବିଶ୍ବର ସଫଳ ଅଲରାଉଣ୍ଡଙ୍କ ଭବରେ ପରିଗଣିତ କରାଯାଏ।

Share

Leave a Reply

Your email address will not be published. Required fields are marked *

ten − 1 =