ଭାରତ ପାଇଁ ଆଉ ଏକ ପଦକ ଆଶା

ଟୋକିଓ: ଟୋକିଓ ଅଲମ୍ପିକ୍ସ ଡିସ୍କସ୍ ଥ୍ରୋରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର । ଜବରଦସ୍ତ ପ୍ରଦର୍ଶନ ସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି କମଲ । ପ୍ରଥମ ପ୍ରୟାସରେ ସେ ୬୦.୨୯ ମିଟର ଫିଙ୍ଗିଥିବାବେଳେ ଦ୍ୱିତୀୟ ପ୍ରୟାସରେ ୬୩.୯୭ ଥ୍ରୋ କରିଥିଲେ । ସେହିଭଳି ତୃତୀୟ ପ୍ରୟାସରେ ସେ ୬୪ ମିଟର ସହିତ ଅନ୍ତିମ କୋଟା ସୁରକ୍ଷିତ କରିଥିଲେ । ଫଳରେ ଭାରତକୁ ଆଉ ଏକ ପଦକ ଆଶା ସୁନିଶ୍ଚିତ ହୋଇଛି ।

ସେପଟେ ସୀମା ପୁନିଆ ନିରାଶ କରିଛନ୍ତି । ଫଳରେ ଆଥଲେଟିକ୍ସରେ ଭାରତର ପଦକ ନିରାଶା ରହିଯାଇଛି । ଏହାପୂର୍ବରୁ ତୀରନ୍ଦାଜ ଅତାନୁ ଦାସ ଏବଂ ବକ୍ସର ଅମିତ ପଙ୍ଗଲ ପରାସ୍ତ ହୋଇ ନିରାଶ କରିଥିଲେ । ମହିଳା ଡିସ୍କସ୍ ଥ୍ରୋର ଫାଇନାଲ ଅଗଷ୍ଟ ୨ରେ ଅନୁଷ୍ଠିତ ହେବ । ଗ୍ରୁପ୍ ବିରେ କମଲପ୍ରୀତ କୌର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆମେରିକାର ଭାଲାରି ଆଲମାନ ୬୬.୪୨ ମିଟର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
କମଲପ୍ରୀତ କୌର ମଧ୍ୟ ସାମଗ୍ରିକ ଯୋଗ୍ୟତା ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପୁଲ୍ ଏରେ ସେମା ପୁନିଆର ପ୍ରଥମ ପ୍ରୟାସ ବେଆଇନ୍ ଥିଲା । ସେ ଦ୍ୱିତୀୟ ପ୍ରୟାସରେ ୬୦.୫୭ ଏବଂ ତୃତୀୟରେ ୫୮.୯୩ ମିଟର ଥ୍ରୋ କରିଥିଲେ । ବର୍ତ୍ତମାନ ୧୨ ଜଣ ଖେଳାଳି ଫାଇନାଲରେ ପ୍ରବେଶ କରିବେ ।

Share

Leave a Reply

Your email address will not be published. Required fields are marked *

one × 2 =