ଜୁଏଲଙ୍କର ଶେଷ ଆଶା ନିରାଶାରେ ପରିଣତ

ଭୁବନେଶ୍ୱର()   ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ରାଜ୍ୟରୁ ସର୍ବାଧିକ ଭୋଟରେ ବିଜୟୀ ହୋଇଥିବା ସୁନ୍ଦରଗଡର ବିଜେପି ସାଂସଦ ଜୁଏଲ ଓରାମଙ୍କର ଶେଷ ଆଶା ନିରାଶାରେ ପରିଣତ ହୋଇଛି । ନିର୍ବାଚନ ପରେ ମୋଦିଙ୍କ କ୍ୟାବିନେଟରେ ସ୍ଥାନପାଇବେ ବୋଲି ଜୁଏଲ ଓରାମ ଆଶାବାନ୍ଧିଥିଲେ । କିନ୍ତୁ ତାଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ କରିନଥିଲେ ।

ମନ୍ତ୍ରୀ ନହେବାରୁ ଜୁଏଲ ମନଦୁଃଖରେ ଅଛନ୍ତି ବୋଲି କହିବା ପରେ ତାଙ୍କୁ ସତରତମ ଲୋକସଭାର ବାଚସ୍ପତି କରାଯିବ ବୋଲି ଗତ ସପ୍ତାହରେ ଜୋରରେ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ପରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ ତାଙ୍କ ସମର୍ଥକମାନେ ଉତ୍ସାହିତ ହୋଇପଡିଥିଲେ । କାରଣ ସେମାନେ ଭାବିଥିଲେ ଯେ ମନ୍ତ୍ରୀପଦ ନମିଳିବାର ଯେଉଁ ସମ୍ମାନହାନୀ ହୋଇଛି ବାଚସ୍ପତି ହେଲେ ତାହା ଭରଣା ହୋଇପାରିବ । କିନ୍ତୁ ମୋଦିଙ୍କ ଯୋଜନାକୁ କେହି ପୂର୍ବାନୁମାନ କରିପାରୁନଥିବା ପୁଣିଥରେ ପ୍ରମାଣିତ ହୋଇଛି ।

ଚଳିତ ଲୋକସଭାର ବାଚସ୍ପତି ପଦପାଇଁ କୋଟାର ବିଜେପି ସାଂସଦ ଓମ୍ ବିର୍ଲା ବାଚସ୍ପତି ହେବେବୋଲି ସ୍ଥିର ହୋଇଛି । ଫଳରେ ଜୁଏଲଙ୍କ ଆଶା ପାଣିରେ ମିଳେଇଯାଇଛି ।

Share

Leave a Reply

Your email address will not be published. Required fields are marked *

five × 2 =