ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ()   ସାମ୍ୱାଦିକ ପ୍ରଶାନ୍ତ କନୌଜିଆଙ୍କୁ ଜାମିନ ଦେଇଛନ୍ତି ସୁପି୍ରମକୋର୍ଟ । ଜାମିନ ଦେବା ସହ ସୁପ୍ରିମକୋର୍ଟ ଯୋଗୀ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ସର୍ବୋଚ୍ଚ କୋର୍ଟ। ସାମ୍ୱାଦିକ ଜଣଙ୍କ ଭିଡିଓ ଏବଂ ଟ୍ୱିଟରେ ଲେଖିଥିବା ବାର୍ତ୍ତା ଭୁଲ୍ ହୋଇପାରେ, କିନ୍ତୁ କେଉଁ ଆଧାରରେ ଗିରଫ କରାଯାଇ ଥିଲା ସେ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ହେଲେ ୟୁପି ସରକାରଙ୍କ ପକ୍ଷରୁ ନିଯୁକ୍ତ ଓକିଲ ଏହାର ଜବାବ ଦେଇ ପାରିନଥିଲେ ।

ସୂଚନାଅନୁଶାରେ ପ୍ରଶାନ୍ତ ଜଗଦୀଶ କନୋଜିଆ ଷ୍ଟ୍ରିଞ୍ଜର-ରିପୋର୍ଟର ଭାବରେ ‘ନ୍ୟାସନାଲ ଲାଇଭ’ ଚ୍ୟାନେଲରେ କାମ କରୁଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାନ୍ତ ଜଗଦୀଶ ଏହି ଭିଡିଓକୁ ନିଜ ଆକାଉଣ୍ଟରୁ ଟ୍ୱିଟ କରିବା ସହ ଜୁନ ୬ ତାରିଖ ଦିନ ଉକ୍ତ ଚ୍ୟାନେଲର ଡିବେଟ କାର୍ୟ୍ୟକ୍ରମରେ ଏହି ଭିଡିଓକୁ ବ୍ୟବହାର କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସମ୍ମାନହାନି କଲାଭଳି ମନ୍ତବ୍ୟ ରଖିଥିଲେ। ଏହାପରେ ଲକ୍ଷ୍ନୌର ଜଣେ ପୁଲିସ କର୍ମୀ ସେହି ଭିଡିଓର ପ୍ରଦର୍ଶନ ବିରୋଧରେ ଥାନାରେ ଏତଲା ଦେବା ପରେ ସାମ୍ୱାଦିକ ପ୍ରଶାନ୍ତ ଜଗଦୀଶଙ୍କୁ ଦିଲ୍ଲୀର ପଶ୍ଚିମ ବିନୋଦ ନଗର ଅଞ୍ଚଳରୁ ପୁଲିସ ଗିରଫ କରିଥିଲା।

Share

Leave a Reply

Your email address will not be published. Required fields are marked *

twelve − nine =