ଭାଇରାଲ ଅଡିଓରୁ ଖୋଲିଲା ଗୁମର …

ଭୁବନେଶ୍ୱର() ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇ ଦଳ ଛାଡିଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସ୍ୱର ଭଳି ଲାଗୁଥିବା ଏକ ଅଡିଓ ଭାଇରାଲ ହୋଇଛି । ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ଏହି ଅଡିଓ ରେକର୍ଡ ହୋଇଥିବା ସ୍ପଷ୍ଟ ଜଣାପଡୁଛି । ଏହି ଅଡିଓରେ ଜୀବନ ପ୍ରଦୀପ ଫୋନରେ ଅନ୍ୟ ଜଣେ ଲୋକଙ୍କୁ ବାଲେଶ୍ୱର ସଦର ଆସନ ପାଇଁ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ବିରୋଧରେ ବିଷୋଦଗାର କରିଥିବା ଶୁଣାଯାଉଛି । ଦଳର ତିନି ନମ୍ବର ବ୍ୟକ୍ତି କେମିଟି ଟିକେଟ୍ ପାଇଲା ବୋଲ ପପ୍ପୁ ବୋଲି ବିଜେପିର ଜଣେ ଲୋକ ତାଙ୍କୁ ପଚାରୁଛନ୍ତି । ଏଥିରେ ଜୀବନ ପ୍ରଦୀପ ଦାଶ ରବୀନ୍ଦ୍ର ଜେନାଙ୍କ ନାଁ ନେଇ ତାଙ୍କୁ ଦୋଷାରୋପ କରୁଛନ୍ତି । ବିଜେପି –ବିଜେଡି ସବୁ ଏକ ବୋଲି ନିଲମ୍ବିତ କହୁଥିବା ଶୁଣାଯାଉଛି । ଏଥର ତାଙ୍କର ସମର୍ଥକ ବିଜେପିକୁ ଭୋଟ୍ ଦେବେ ବୋଲି ଜୀବନ ପ୍ରଦୀପ , ପପ୍ପୁ ନାମକ ଲୋକଙ୍କୁ ଫୋନରେ କହୁଛନ୍ତି । ଏଥିପାଇଁ ପଇସାପତ୍ର ସେ ଯୋଗାଡ କରିବେ ବୋଲି ଜୀବନ ପ୍ରଦୀପ ତାଙ୍କୁ କହୁଥିବା ଭାଇରାଲ ବାର୍ତାଳାପରୁ ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

13 − five =