କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା

ନୂଆଦିଲ୍ଲୀ ,()  କେନ୍ଦ୍ର କ୍ୟାବିନେଟରେ ଆଜି ଏକ ବଡ ଘୋଷଣା କରିଛନ୍ତି ସରକାର । କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇ ଦେବାକୁ ନିଷ୍ପତ୍ତିି ହୋଇଛି । ଏଣିକି ଲୋକମାନଙ୍କୁ କିଲୋ ପ୍ରତି ୨ ଟଙ୍କାରେ ଗହମ ଗହମ ଯୋଗାଇବେ ସରକାର । ଏହା ସହ ଚାଉଳ କିଲୋ ପ୍ରତି ୩ ଟଙ୍କାରେ ଦିଆଯିବ ବୋଲି ଘୋଷଣା ହୋଇଛି । ଏନେଇ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ୨୧ ଦିନିଆ ଲକ୍-ଡାଉନ୍ ଘୋଷଣା ପରେ କେନ୍ଦ୍ର ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହା ସହ ଜାଭେଦକର କହିଛନ୍ତି ଯେ, କରୋନା ଭାଇରସକୁ ନେଇ କିଛି ବି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଏହା ସହ ମିଡିଆ ଓ ଡାକ୍ତରମାନଙ୍କୁ ହଇରାଣ କରନ୍ତୁ ନାହିଁ, କାରଣ ସେମାନେ ସେବାର କାମ କରୁଛନ୍ତି ।’

Share

Leave a Reply

Your email address will not be published. Required fields are marked *

11 − 3 =