ମହିଳା ଟି-୨୦ ବିଶ୍ୱକପରେ ଭାରତ ବିଜୟ

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚରେ ବିଜୟ ସହ ଦମଦାର ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ହରମନପ୍ରୀତଙ୍କ ନେତୃତ୍ୱରେ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ୩୪ ରନରେ ପରାସ୍ତ କରିଛି ଭାରତ । ହରପମନପ୍ରୀତଙ୍କ ଧୂଆଁଧାର ବ୍ୟାଟିଂ ଓ ହେମଲତା ଓ ପୁନମଙ୍କ ଶାଣିତ ବୋଲିଂ ବଳରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହରମନପ୍ରୀତଙ୍କ ବିସ୍ଫୋରକ ଶତକ ଓ ଜେମିମାହଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୧୯୪ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ହରମନପ୍ରୀତ ଓ ଜେମିମାହା । କ୍ରିଜରେ କିଛି ସମୟ ରହିବା ପରେ ଆରମ୍ଭ ହୋଇଥିଲା ହରମନପ୍ରୀତଙ୍କ ସୋ’ । ୭ଟି ଚୌକା ଓ ୮ଟି ବିଶାଳ ଛକା ବଳରେ ହରମନପ୍ରୀତ ମାତ୍ର ୫୧ ବଲରୁ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ ।
୧୯୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମହିଳା ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସର୍ମପଣ କରିଥଲା କିୱି ଟିମ୍ । ଆଉ ୩୪ ରନରେ ଏହି ମ୍ୟାଚକୁ ବାଜି ମାରି ନେଇଥିଲା ଟିମ୍ ଇଣ୍ଡିଆ ।

Share

Leave a Reply

Your email address will not be published. Required fields are marked *

6 + five =