ଆଜି ଦ୍ୱିତୀୟ ଟି-୨୦, ସିରିଜ୍

ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଦ୍ୱିତୀୟ ଟି-୨୦କୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ସନ୍ଧ୍ୟା ୭ଟାରେ ହିମାଚଳ ପ୍ରଦେଶର ଧର୍ମଶାଳା କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଦଳ । ଭାରତ-ଶ୍ରୀଲଙ୍କା ମଧ୍ୟରେ କେଳାଯିବାକୁ ଥିବା ତିନିଟିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ବୃହତ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚକୁ ଭାରତ ୬୨ ରନରେ ବିଜୟ ଲାଭ କରି ସିରିଜରେ ୧-୦ରେ ଆଗୁଆ ରହିଛି । ଅନ୍ୟପକ୍ଷରେ ଭାରତ ଲଗାତର ଭାବରେ ୧୦ଟି ମ୍ୟାଚରେ ବିଜୟ ଲାଭ କରିଛି । ଏହି ବିଜୟ ଧାରାକୁ ଜାରି ରଖିବାକୁ ପ୍ରୟାସ କରିବେ ରୋହତି ବ୍ରିଗେଡ ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଆଜି ଭାରତର ଲଗାତାର ୧୦ ମ୍ୟାଚ୍‌ ବିଜୟ ଧାରାକୁ ରୋକିବାକୁ ପ୍ରୟାସ କରିବ। ଏହି ମ୍ୟାଚକୁ ଶ୍ରୀଲଙ୍କାକୁ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲପ୍ରଦର୍ଶନ କରିବାକୁ ପଡ଼ିବ । ଯଦି ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମ ବ୍ୟାଟିଂ କରି ଭାରତ ୧୯୯ ରନର ବିଶାଳ ସ୍କୋର କରିଥିଲା । ୨୦୦ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ମାତ୍ର ୧୩୭ ରନ କରିପାରିଥିଲା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ବିଜୟ ଲାଭ କରି ସିରିଜ୍ ଜିତିବାକୁ ଚେଷ୍ଟା କରିବ ରୋହିତ ବାହିନୀ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଆଜିର ମ୍ୟାଚକୁ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ଚେଷ୍ଟା କରିବ ।

ତେବେ ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି । ଯାହା ଫଳରେ ଋତୁରାଜଙ୍କ ସ୍ଥାନରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ପାଇଁ ତାଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରାଯାଇଛି।

Share

Leave a Reply

Your email address will not be published. Required fields are marked *

two × three =