ଆସନ୍ତାକାଲି ଭାରତ – ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ଆସନ୍ତାକାଲି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେବ ଦକ୍ଷିଣ ଆଫ୍ରିକା ସହ । ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରେ ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ଇଂଲଣ୍ଡ ଏବଂ ବାଂଲାଦେଶଠାରୁ ପରାଜିତ ହୋଇଛି । ଭାରତ ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଯାଏଁ ବିଶ୍ବକପ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୪ ଥର ଭେଟିଛନ୍ତି । ଏଥିରୁ ଥରେ ମାତ୍ର ଜିତିଛି ଭାରତ । ୨୦୧୫ ବିଶ୍ବକପ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୦ ରନ୍ରେ ହରାଇଥିଲା । ତେବେ କାଲିର ଫାଇଟ୍ ବିରାଟ ଓ ରାବଡାଙ୍କ ମଧ୍ୟରେ ହେବାକୁ ଯାଉଛି ।

ଅନ୍ୟପଟେ ଭାରତ କ୍ୟାପଟେନ ବିରାଟ କୋହଲି ଆଜି ସନ୍ଧ୍ୟାରେ ଏକ ପ୍ରେସମିଟ କରି କହିଛନ୍ତି ଭାରତ ଟିମ ଆସନ୍ତାକାଲି ପାଇଁ ପ୍ରସ୍ତୁତ ଅଛି । ଆମେ କୌଣସି ଦଳକୁ ହାଲକା ଭାବେ ନେଉଁନାହିୁଁ ।

Share

Leave a Reply

Your email address will not be published. Required fields are marked *

10 − five =