ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ –ପାକିସ୍ତାନ

ଭୁବନେଶ୍ବର()  ବିଶ୍ବକପରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ- ପାକିସ୍ଥାନ । ୨୦ ବର୍ଷ ପରେ ପୁଣି ଥରେ ଓଲଡ ଟ୍ରାଫଡରେ ଭିଡ଼ାଭିଡ଼ି ହେଉଛନ୍ତି ଉଭୟ ଟିମ୍ । ବିଶ୍ବକପରେ ୬ଟି ଯାକ ମ୍ୟାଚ୍ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିବାରୁ ଏଥର ମଧ୍ୟ ରେଜଲ୍ଟ ରିପିଟ୍ ହେବ ବୋଲି ଆଶା କରାଯାଉଛି ।

ବିଶ୍ବକପ୍ ରେ ଚମତ୍କାର ପ୍ରଦର୍ଶନ ଭାରତକୁ କିଛି ମାତ୍ରାରେ ଆଗରେ ରଖିଛି । ଭାରତ ପାଇଁ ଶିଖର ଧାୱନ ଖେଳୁ ନଥିବା ବେଳେ ତାଙ୍କ ସ୍ଥାନରେ କେ.ଏଲ. ରାହୁଲ ଓପନିଂ କରିବେ ।

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରୁ କାହାର ବ୍ୟାଟ ଚାଲିଲେ ପାକିସ୍ତାନ ଟିମ୍ ଚିତ୍ ହେବା ଥୟ । ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ୧୫ଟି ମ୍ୟାଚ୍ ଖେଳିଥିବା ବେଳେ ୫୮୦ ରନ୍ କରିଛନ୍ତି । ସେହିପରି ବିରାଟ କୋହଲି ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ୪୫୯ ରନ୍ କରିଛନ୍ତି ।

ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଟିକେଟ ଦର ପୂର୍ବର ସବୁ ଆକଳନକୁ ଟପିଯାଇଛି। ଏହି ପ୍ରତୀକ୍ଷିତ ଲଢ଼େଇର କିଛି ଟିକେଟ୍ ପୁନଃ ବିକ୍ରି ପାଇଁ ବଜାରକୁ ଆସିବା ପରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬୦ ହଜାର ଟଙ୍କା ପର୍ୟ୍ୟନ୍ତ ପହଞ୍ଚି ଯାଇଥିବା ଜଣାପଡ଼ିଛି। ପାଖା ପାଖି ୨୨ ହଜାର ଦର୍ଶକଙ୍କ ବସିବା ପାଇଁ କ୍ଷମତା ରଖିଥିବା ଓଲଡ୍ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଦର୍ଶକ ବହୁ ଉତ୍ସାହିତ।

Share

Leave a Reply

Your email address will not be published. Required fields are marked *

17 + 16 =