ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିଛି କୋହଲି ବାହିନୀ । ଏହା ସହ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ ଜିତିଛି ଭାରତ ।

ଆଜିର ଦମଦାର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଭାରତ ୫ଟି ୱିକେଟ୍ ହରାଇ ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଦମଦାର ବ୍ୟାଟିଂ କରି ଭାରତକୁ ଆଗରେ ଧାର୍ୟ୍ୟ କରିଥିଲା ୧୮ ରନର ବିଜୟଲକ୍ଷ୍ୟ । ପ୍ରଥମ ଦୁଇଟି ବଲ୍ ଧିମା ବ୍ୟାଟିଂ କରିଥିଲା ଭାରତ । ଶେଷ ୨ଟି ବଲରୁ ୧୦ ରନର ଆବଶ୍ୟକତା ଥିବା ବେଳେ ୨ଟି ଦର୍ଶନୀୟ ଛକା ମାରି ଦଳକୁ ବିଜୟୀ ଭେଟି ଦେଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ।

Share

Leave a Reply

Your email address will not be published. Required fields are marked *

five × three =