ହାରିଲା ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଥିବା ବେଳେ, ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ସିଡନୀ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୮୯ ରନ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ୩୦ ଓଭରରେ ୯ ଓ୍ୱିକେଟ ହରାଇ ୨୫୪ ରନ କରିବାକୁ ସକ୍ଷମ ହୋଇଥିଲା ।
ଦଳପକ୍ଷରୁ ରୋହିତ ଶର୍ମା ଚିତ୍ତାକର୍ଷକ ୧୩୩ ରନ ଓ ଧୋନି ୫୧ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ । ଦଳର ଅନ୍ୟକୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରିନଥିଲେ । ନିଜ ଇନିଂସ ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିବା ବେଳେ ଭାରତର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ, ଅଧିନାୟକ ବିରାଟ କୋହଲି ଓ ରାଇଡୁ ପାଭିଲିୟନ ଫେରି ଆସି ଭାରତର ସ୍ଥିତି ଦୟନୀୟ କରି ଦେଇଥିଲେ।
ତେବେ ଓପନର ରୋହିତ ଶର୍ମାଙ୍କ ସହିତ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ କ୍ରିଜରେ ରହି ଭାରତର ସ୍ଥିତି ସମ୍ଭାଳିଥିଲେ । ରୋହିତ ଶର୍ମା ୧୨୯ ଟି ବଲର ମୁକାବିଲା କରି ୬ଟି ଛକା ଓ ୧୦ ଟି ଚୌକା ସହିତ ଶତକ ହାସଲ କରିଛନ୍ତି। ରୋହିତଙ୍କୁ ଭରପୂର ସହଯୋଗ ଦେଇଥିଲେ ଅଭିଜ୍ଞ ଧୋନୀ। ଧୋନୀ ମଧ୍ୟ ଗୋଟିଏ ଛକା ଓ ୩ଟି ଚୌକା ସହିତ ୫୧ ରନ୍ କରି ବେହେରେନଡଫଙ୍କ ଦ୍ୱାରା ଆଉଟ ହୋଇ ପାଭଲିଆନ୍ ଫେରିଥିଲେ। ଶେଷବେଳକୁ ଭୁବନେଶ୍ବର କୁମାର ୨୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 1 =