ଅକ୍ଟୋବର ୨୪ରେ ଭାରତ ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ବଡ ଓ ଖୁସି ଖବର ଆସିଛି । ଭାରତ ଓ ପାକିସ୍ତାନ ଟିମ ପୁଣି ଥରେ କ୍ରିକେଟ ମଇଦାନରେ ସାମ୍ନାସାମ୍ନି ହେବେ । କ୍ରିକେଟ ଏହି ଦୁଇ ଟିମ ମଧ୍ୟରେ ୨୪ ଅକ୍ଟୋବର ରେ ଦୁବାଇରେ ଲିଗ ମ୍ୟାଚ ହେବ । ଟି୨୦ ବିଶ୍ୱ କପ୍ ଆରମ୍ଭ ଚଲିତ ବର୍ଷ ୧୭ ଅକ୍ଟୋବର ୟୁଏଇରେ ହେବାର ଅଛି । ଏହା ମଧ୍ୟରେ ଭାରତ ଓ ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଦେଶର କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଲମ୍ବା ସମୟ ପରେ ଏହି ମ୍ୟାଚ କୁ ନେଇ ଅନେକ ଉତ୍ସାହ ରହିଛି ।

ଆପଣଙ୍କୁ କହିରଖୁଛୁ, ଏହି ମ୍ୟାଚ ବି ଏମିତି ସମୟ ରେ ହେବାକୁ ଯାଉଛି, ଯେତେବେଳେ ଭାରତ ଓ ପାକିସ୍ତାନ ସେନାଙ୍କ ମଧ୍ୟରେ ଯୁଦ୍ଧବିରାମ ବୁଝାମଣାକୁ ଶକ୍ତ ଭାବରେ ପାଳନ କରାଯାଉଛି । ଗୋଟିଏ ଦିନ ପୂର୍ବରୁ ସରକାର ସଂସଦରେ ଏକ ଲିଖିତ ଉତ୍ତରରେ କହିଥିଲେ ଯେ, ଯୁଦ୍ଧବିରାମ ପାଳନ ଉପରେ ସୀମାରେ ଦୁଇ ସେନାଙ୍କ ମଧ୍ୟରେ ଫାୟାରିଂ ଅନେକ ମାତ୍ରାରେ କମ୍ ହୋଇଛି ।

Share

Leave a Reply

Your email address will not be published. Required fields are marked *

nineteen − three =