ଦେଶରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର୍

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ମାସାନ୍ୟ ହ୍ରାସ ଘଟିଥିବା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଦିନକରେ ଦେଶରେ ଆଉ ୩,୬୬,୧୬୧ ନୂଆ ମାମଲା ରେକର୍ଡ କରାଯାଇଛି ।

ସେହିଭଳି ମହାମାରୀରେ ଆଉ ୩୭୫୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ମଧ୍ୟ ଆଉ ୩ ଲକ୍ଷ ୫୩ ହଜାର ୮୧୮ ଲୋକ ସୁସ୍ଥ ହୋଇଛନ୍ତି ।ଭାରତରେ ମୋଟ କରୋନା ମାମଲା ୨କୋଟି ୨୬ ଲକ୍ଷ ୬୨ ହଜାର ୫୭୫ରେ ପହଞ୍ଚିଛି । ଏଯାବତ୍ ଏହି ରୋଗରୁ ମୋଟ ୧ କୋଟି ୮୬ ଲକ୍ଷ ୭୧ ହଜାର ୨୨୨ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬କୁ ବୃଦ୍ଧି ପାଇଛି ।ସୂଚନା ଅନୁଯାୟୀ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭ ଲକ୍ଷ ୪୫ ହଜାର ୭୩୨ରେ ପହଞ୍ଚିଛି । ଦେଶରେ ଏଯାବତ ୧୭ କୋଟି ୧ ଲକ୍ଷ ୭୬ ହଜାର ୬୦୩ ଜଣଙ୍କୁ ଟିକା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two × 1 =