ଲଦାଖରେ ଭାରତର ବଡ଼ ସଡ଼କ

ନୂଆଦିଲ୍ଲୀ,୫।୮: ଲଦାଖରେ ଭାରତର ନୂଆ ସଫଳତା। ସୀମା ସଡକ ସଂଗଠନ (ଈଜଙ) ଏଠାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି । ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ୧୯,୩୦୦ ଫୁଟ ଉଚ୍ଚରେ ପୂର୍ବ ଲଦାଖର ଉମଲିଙ୍ଗଲା ପାସରେ ଅବସ୍ଥିତ। ଏହା ସହ ଭାରତ ବୋଲିଭିଆର ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ପର‌୍ୟ୍ୟନ୍ତ ବିଶ୍ୱର ସର୍ବୋଚ୍ଚ ରାସ୍ତାର ରେକର୍ଡ ବୋଲିଭିଆ ନିକଟରେ ଥିଲା। ଉତୁରୁନସୁ ଆଗ୍ନେୟଗିରି ନିକଟରେ ଅବସ୍ଥିତ ଏହି ସଡକ ସମୁଦ୍ର ପତ୍ତନଠାରୁ ୧୮,୯୫୩ ଫୁଟ ଉଚ୍ଚରେ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛନ୍ତି।

ଏହି ସଡକ ୫୨ କିଲୋମିଟର ଲମ୍ବ ଏବଂ ଉମଲିଙ୍ଗଲା ପାସ୍ ଦେଇ ପୂର୍ବ ଲଦାଖର ଚୁମର ସେକ୍ଟରକୁ ସଂଯୋଗ କରେ। ଏହି ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହାର କାରଣ ହେଉଛି, ଚିସୁମଲେ ଏବଂ ଡେମଚୋକ୍କୁ ଲେହ ସହିତ ଯୋଡିବା ପାଇଁ ଏହା ଏକ ବିକଳ୍ପ ମାର୍ଗ ଦେଇଥାଏ। ଏହି ରାସ୍ତା ନିର୍ମାଣ ପରେ ଲଦାଖର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ହେବ ଏବଂ ପର‌୍ୟ୍ୟଟନ ମଧ୍ୟ ଏଠାରେ ବୃଦ୍ଧି ପାଇବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ରାସ୍ତା ନିର୍ମାଣରେ ଈଜଙ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ଲଗାତାର ଖରାପ ପାଗର ସାମ୍ନା କରିବାକୁ ପଡିଥିଲା। ଶୀତ ଋତୁରେ ଏଠାରେ ତାପମାତ୍ରା ମାଇନନ୍ ୪୦ ଡିଗ୍ରୀ ତଳଳୁ ଖସି ଯାଇଥାଏ। ଏପରିକି ଅକ୍ସିଜେନ୍ ଲେବର ୫୦ ପ୍ରତିଶତ ହ୍ରାସ ପାଇଯାଇଥାଏ।

Share

Leave a Reply

Your email address will not be published. Required fields are marked *

19 + 2 =