ଭାରତୀୟ ବାୟୁସେନାର ଆକ୍ରମଣ ପରେ, ଇମ୍ରାନ ଡାକିଲେ ଜରୁରୀକାଳୀନ ବୈଠକ

ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ପରେ ବିଦେଶ ମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ବୈଠକ କରି ସୁରକ୍ଷା ସମୀକ୍ଷା ସମ୍ପର୍କରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଏହି ବୈଠକରେ ପାକ୍ ସେନାର ବରିଷ୍ଠ ପଦାଧିକାରୀ ବି ସାମିଲ ହେବେ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସଂସଦରେ ଭାରତର ଆକ୍ରମଣ ପ୍ରସଙ୍ଗ କଥା ଉଠିଛି । ଏହାସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରାଯାଇଥିବା ସୂଚନା ମିଳିଛି ।
ସେପଟେ, ପାକିସ୍ତାନରେ ଥିବା ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭାରତ-ପାକିସ୍ତାନ ସୀମା ସହ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହାସହ ଦେଶରେ ଥିବା ସମସ୍ତ ସେନା ଶିବିର ସହ ବିମାନ ବନ୍ଦର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୈଶ ଏ ମହମ୍ମଦର ଆତଙ୍କୀ ଠିକଣାରେ ବାୟୁସେନାର ବଡ ଆକ୍ରମଣ ପରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − nine =