ପ୍ରଦୂଷିତରୁ ରକ୍ଷା ପାଇଁ ଭଗବାନ ବି ପିନ୍ଧିଲେ ମାସ୍କ

ବାରାଣାସୀ() କେବଳ ମନୁଷ୍ୟ ନୁହେଁ ବାୟୁ ପ୍ରଦୂଷଣ ପାଇଁ ଭଗବାନ ବି ପିନ୍ଧିଲେ ମାସ୍କ । କାଶୀରେ ବାୟୁ ପ୍ରଦୂଷଣ ସ୍ଥିତି ବହୁତ ସାଙ୍ଘାତିକ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ଦେବାଦେବୀଙ୍କ ପ୍ରତିମାକୁ ମାସ୍କ ପିନ୍ଧାଇ ଦିଆଯାଇଛି, ଯାହାଫଳରେ ସେମାନଙ୍କ ପ୍ରଦୂଷଣରୁ ରକ୍ଷା କରାଯାଇହେବ ।

ଦିପାବଳୀ ପରେ ଦିଲ୍ଲୀ ସମେତ ଭାରତର ଅନେକ ସହରରେ ବାୟୁ ପ୍ରଦୂଷିତ ହେବାରେ ଲାଗିଛି । ବାରାଣାସୀରେ ଏସପି ନେକା ରବିକାନ୍ତ ବିଶ୍ୱକର୍ମା ମିସିର ପୋଖରା ସ୍ଥିତ ତାରକେଶ୍ୱର ମହାଦେବ ମନ୍ଦିରରେ ଶିବଲିଙ୍ଗକୁ ମାସ୍କ ପିନ୍ଧାଇ ସହରରେ ବଢୁଥିବା ବାୟୁ ପ୍ରଦୂଷଣର ବିରୋଧ କରିଛନ୍ତି । ଏହା ପରେ ଲକ୍ସା କ୍ଷେତ୍ରରେ ଲୋକଙ୍କୁ ମାସ୍କ ବାଣ୍ଟିଛନ୍ତି । ସେ କହିଛନ୍ତି ଯେ ଆମେ ବାବାଙ୍କୁ ସଜୀବ ବୋଲି ମାନିଥାଉ । ସେଥିପାଇଁ ତାଙ୍କୁ ମାସ୍କ ପିନ୍ଧାଇ ଦେଇଛୁ ।

Share

Leave a Reply

Your email address will not be published. Required fields are marked *

ten + 15 =