ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ଆଜି ସେମିଫାଇନାଲ କିଏ କାହାକୁୁ ଦେବ ଟକ୍କର ପଢନ୍ତୁ…

ହକି ବିଶ୍ୱପକ ହାତେଇବାକୁ ଆଉ ମାତ୍ର ଗୋଟିଏ ପାଦ ବାକି ରହିଥିବାବେଳେ ଆଜି ଓଡ଼ିଶା ପୁରୁଷ ହକି ବିଶ୍ବକପର ଉଭୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଭେଟିବ ବେଲଜିୟମକୁ। ସଂଧ୍ୟା ୬.୩୦ ମିନିଟରେ ହେବ ଦୁଇ ବଡ଼ ମହାଦେଶୀୟ ଲଢ଼େଇ ଯେଉଁଥିରେ ଅଷ୍ଟ୍ରେଲିଆ ଆଗରେ ରହିଛି ନେଦରଲାଣ୍ଡ । ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା, ୨ ଥର ବିଶ୍ୱକପ ଟାଇଟେଲ ହାତେଇଥିବା ଜର୍ମାନି, ଆୟୋଜକ ଭାରତ, ୪ ଥର ବିଜେତା ପାକିସ୍ତାନର ବିଦାୟ ପରେ ଏବେ ଅନ୍ୟୁନ ଗୋଟିଏ ଦେଶ ପ୍ରଥମ ଥର ବିଶ୍ବକପ୍ ଜିତିବାର ସୁଯୋଗ ପାଇବେ।
ଗତ ଥରର ଫାଇନାଲିଷ୍ଟ୍ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ୍ ସେମିଫାଇନାଲ ପ୍ରତିଦ୍ୱନ୍ଦୀ ପାଲଟିଥିବାରୁ ଏବେ ଗୋଟିଏ ଦଳକୁ ଲଗାତାର ଫାଇନାଲରୁ ବଞ୍ଚିତ ହେବାକୁ ପଡ଼ିବ। ଏହି ଦୁଇ ଦେଶ ହିଁ ଚଳିତ ବିଶ୍ବକପ୍ରେ ଆକ୍ରମଣାତ୍ମକ ହକି ଖେଳିବାରେ ଧୂରନ୍ଧର। ପ୍ରଥମ ସେମିଫାଇନାଲରେ ନିଶ୍ଚିତ ବିଜୟୀ ଦଳ ଅପୂର୍ବ ସୁଯୋଗ ପାଇବେ। ବିଶ୍ବକପ୍ ଇତିହାସରେ ଇଂଲଣ୍ଡ ଏବଂ ବେଲଜିୟମ୍ ସଫଳ ଦଳ ନୁହନ୍ତି । କାରଣ ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲଜିୟମ୍ ପ୍ରଥମ ଥର ସେମିଫାଇନାଲ୍ ଉଠିଛି । ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ ପଞ୍ଚମ ସ୍ଥାନ ଦଖଲ ଯାହାକୁ ସେ ୪ ବର୍ଷ ତଳେ ପାଇଥିଲା। ସେହିଭଳି ଗତ ସଂସ୍କରଣରେ ଚତୁର୍ଥ ରହିଥିବା ଇଂଲଣ୍ଡ ବିଶ୍ବକପ୍ରେ ଥରେ ମାତ୍ର ପଦକ ଜିତିଛି। ତା ପୁଣି ୩୨ ବର୍ଷ ତଳେ ୧୯୮୬ ମସିହାରେ ଆୟୋଜକ ଭାବେ ରୌପ୍ୟରେ ସୀମିତ ରହିଛି।
କ୍ରସ୍ ଓଭର ନ ଖେଳି ସେମିଫାଇନାଲ୍ ପହଞ୍ଚିଥିବା ଏକମାତ୍ର ଦେଶ ହେଉଛି ଅଷ୍ଟ୍ରେଲିଆ। ୧୯୭୮ ମସିହାଠାରୁ ପ୍ରତିଥର ସେମିଫାଇନାଲ୍ ଖେଳି ଆସୁଥିବା ଏହି ଦେଶକୁ ହରାଇବା ନିଶ୍ଚିତ କଷ୍ଟକର ହୋଇପଡ଼ିବ । ସେହିଭଳି ସେମିଫାଇନାଲ୍ ପ୍ରତିଦ୍ୱନ୍ଦୀ ୪ ଦେଶ ମଧ୍ୟରୁ ଅଷ୍ଟ୍ରେଲିଆକୁ ଛାଡ଼ିଦେଲେ ଅନ୍ୟ ୩ ଦେଶ ୟୁରୋପୀୟ। ୨୦୦୬ରେ ଶେଷ ଥର ପାଇଁ ଜର୍ମାନି ବିଶ୍ବକପ୍ ନେଇଥିଲା। ତେବେ ଆଜିର ହାଇଭୋଲ୍ଟଜ୍ ମ୍ୟାଚ ଦେଖିବାକୁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।

Share

Leave a Reply

Your email address will not be published. Required fields are marked *

nineteen + eight =