ଶିଳ୍ପାନୁଷ୍ଠାନ ସହ କ୍ରୀଡା ବିଭାଗର ଐତିହାସିକ ଏମଓୟୁ

ଭୁବନେଶ୍ୱର () କ୍ରୀଡା କ୍ଷେତ୍ରକୁ ଅଧିକ ବିକଶିତ କରିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ ସୃଷ୍ଟି ପାଇଁ ରାଜ୍ୟ ସରକାର ଅବିରତ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ଏଦିଗରେ ଆଉ ପାଦେ ଆଗେଇଛି କ୍ରୀଡା ବିଭାଗ । ଆଜି 7ଟି ଭିନ୍ନ ଭିନ୍ନ କ୍ରୀଡାର ବିକାଶ ସହ ତାଲିମ ପାଇଁ 7ଟି ଶିଳ୍ପାନୁଷ୍ଠାନ ସହ ଚୁକ୍ତିବଦ୍ଧ ହୋଇଛି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ।

ଅଥଲେଟିକ୍ସ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିସ ସହ ଏମଓୟୁ ହୋଇଥିବା ବେଳେ ଫୁଟବଲ ଓ ସ୍ୱିମିଙ୍ଗ ପାଇଁ ଜେଏସଡବ୍ଲୁ ସହ, ବାଡ଼ମିଣ୍ଟନ ପାଇଁ ଡାଲମିଆ ଭାରତ ଗ୍ରୁପ ସହ, ଭରାଉତ୍ତୋଲନ ପାଇଁ ଆଲୁୱାଲିଆ ଗ୍ରୁପ ସହ, ସୁଟିଂ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ହକି ପାଇଁ ଟାଟା ଗ୍ରୁପ ସହ ଚୁକ୍ତି ହୋଇଛି । ଏହିସବୁ ଶିଳ୍ପାନୁଷ୍ଠାନ ନିର୍ଦ୍ଧାରିତ କ୍ରୀଡ଼ାର ବିକାଶ, ତୃଣମୂଳ ସ୍ତରରୁ କ୍ରୀଡ଼ାବିତଙ୍କ ସନ୍ଧାନ, ବିଶ୍ୱସ୍ତରୀୟ ତାଲିମ ଦିଗରେ କାର୍ଯ୍ୟ କରିବେ ।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉନ୍ମୋଚିତ ହୋଇଛି ପୁରୁଷ ବିଶ୍ୱକପ୍ ହକିର ଟ୍ରଫି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱକପ୍ ଟ୍ରଫିର ଉନ୍ମୋଚନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଏହି ଟ୍ରଫିର ଉନ୍ମୋଚନ କରିଛନ୍ତି ନବୀନ । ଚଳିତ ମାସ ୨୭ ତାରିଖରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟର ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ଏବଂ ୨୮ ତାରିଖରୁ ଆରମ୍ଭ ହେବ ମ୍ୟାଚ୍ । ଏଥିରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଅଂଶଗ୍ରହଣ କରିବେ । ଏହାକୁ ନେଇ ଓଡ଼ିଶାରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଟ୍ରଫିର ଉଦାଘାଟନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଝଳକ ବି ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

fourteen − thirteen =