ହିରେ। ଓ ୟାମାହା ମିଶି ଲଞ୍ଚ କଲେ ଇଲେକ୍ଟିର୍କ ସାଇକେଲ

ହିରେ। ସାଇକେଲ୍‌ ଓ ଜାପାନର ୟାମାହା ମୋଟରସ ନିର୍ମାତା ମିଶିକରି ଏକ ଇଲେକ୍ଟିର୍କ ସାଇକେଲ୍‌ ନିର୍ମାଣ କରିଛନ୍ତି । ଏହା ଉଭୟ ବ୍ୟାଟେରୀ ଓ ପେଡାଲ ମାରିଲେ ଚାଲିବ । ଲଞ୍ଚ ହୋଇଥିବା ସାଇକେଲ୍‌ର ନାମ ଲେକ୍ଟ୍ରୋ ଇଏଚ୍‌ଏକ୍ସ୍‌୨୦ । ଏହାର ଦାମ ଏକ ଲକ୍ଷ ୩୦ ହଜାର ଟଙ୍କା ।

ଲେକ୍ଟ୍ରୋ ଇଏଚ୍‌ଏକ୍ସ ୨୦ ପାହାଡ ମଧ୍ୟ ଚଢି ପାରିବ । ଆଡଭେନଚର୍‌ ପ୍ରେମୀ ଓ ମାଉଣ୍ଟେନ୍‌ ବାଇକରସ୍‌ ବି ଏହାକୁ ଚଳାଇ ପାରିବେ ।ରାସ୍ତାରେ ଥିବା ଅନେକ ବାଧା ବିଘ୍ନକୁ ଏଡାଇ ଯିବାପରି ଏହି ସାଇକେଲ୍‌କୁ ନିର୍ମାଣ କରାଯାଇଛି ।

ଏଥିରେ ୧୦.୯ ଏଏଚ୍‌ର ବ୍ୟାଟେରୀ ରହିଛି । ଥରେ ଚାର୍ଜ କଲେ ଏଙା ୮୦ କିଲୋମିଟ ଯାତ୍ରା କରିବ । ବ୍ୟାଟେରୀକୁ ସହଜରେ ସ୍ୱାପ କରାଯାଇ ପାରିବ । ବ୍ୟାଟେରୀର ଓଜନ ମାତ୍ର ୨ କିଲୋଗ୍ରାମ । ୩ରୁ ୫ ଘଣ୍ଟାରେ ଏହା ଫୁଲ୍‌ ଚାର୍ଜ ହୋଇଯିବ ।

Share

Leave a Reply

Your email address will not be published. Required fields are marked *

1 × one =