ବୋଧହୁଏ ମୋ ଉପବାସ ପରେ ସାଂସଦଙ୍କ ସଦବୁଦ୍ଧି ଆସିବ

ନୂଆଦିଲ୍ଲୀ() ସଂସଦ ମୌସୁମୀ ଅଧିବେଶନରେ ରବିବାର ଦିନ ରାଜ୍ୟସଭାରେ କୃଷି ବିଧେୟକକୁ ନେଇ ବହୁତ ହଙ୍ଗାମା ହୋଇଥିଲା । କିଛି ସାଂସଦ ଉପ ସଭାପତି ହରିବଂଶଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ଏହାପରେ ୮ଜଣ ସାଂସଦଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ହରିବଂଶ ଏହି ପୁରା ମାମଲାକୁ ନେଇ ଉପ ରାଷ୍ଟ୍ରପତି ତଥା ସଭାପତି ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ସେ କହିଛନ୍ତି ସେପ୍ଟେମ୍ବର ୨୦ ତାରିଖରେ ରାଜ୍ୟସଭାରେ ଯାହା ଘଟିଲା ସେଥିପାଇଁ ଗତ ଦୁଇ ଦିନ ହେଲା ସେ ଆତ୍ମପୀଡ଼ା ଓ ମାନସିକ ବେଦନାରେ ଅଛନ୍ତି । ସେ ସାରା ରାତି ଶୋଇପାରିନଥିଲେ ।

ହରିବଂଶ ପତ୍ରରେ ଆଗକୁ ଲେଖିଛନ୍ତି, “ଭଗବାନ ବୁଦ୍ଧ ମୋ ଜୀବନର ପ୍ରେରଣା ସ୍ରୋତ । ବିହାର ମାଟିରେ ଆତ୍ମଜ୍ଞାନ ପାଇଥିବା ବୁଦ୍ଧ କହିଥିଲେ ଯେ, ଆତ୍ମୋଦୀପ ଭବ: ମୋତେ ଲାଗିଲା ଉଚ୍ଚ ସଦନର ମର୍ୟ୍ୟାଦା ପୀଠରେ ମୋ ସହିତ ଯେଉଁ ଅପମାନଜନକ ବ୍ୟବହାର ହୋଇଛି ସେଥିପାଇଁ ମୋତେ ଦିନେ ଉପବାସ କରିବା ଉଚିତ । ବୋଧହୁଏ ମୋ ଉପବାସ ପରେ ସଂସଦରେ ଏହିଭଳି ଆଚରଣ କରୁଥିବା ସାଂସଦଙ୍କ ମଧ୍ୟରେ ଆତ୍ମଶୁଦ୍ଧି ଭାବ ଜାଗୃତ ହେବ । ମୋର ଏହି ଉପବାସ ଏହି ଭାବନାରୁ ପ୍ରେରିତ ।

 

Share

Leave a Reply

Your email address will not be published. Required fields are marked *

4 + 11 =