ହାର୍ଦ୍ଦିକଙ୍କ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଦଳର ପ୍ରତିଭାବାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଅଭିଯୋଗ ଆସିଛି ତାଙ୍କ ନାଁରେ । ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟିଙ୍କ ପତ୍ନୀ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି । ପାଣ୍ଡ୍ୟା ଓ ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲ୍ ତାଙ୍କୁ ବଳାତ୍କାର କରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ନିର୍ୟାତନା ଦେଉଛନ୍ତି ଏବଂ ହାଇ ପ୍ରୋଫାଇଲ୍ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ବୋଲି ରିୟାଜ ଭଟିଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ମୁମ୍ବାଇ ପୋଲିସ ନିକଟରେ ସେ କରିଥିବା ଅଭିଯୋଗରେ ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲଙ୍କ ସହ କଂଗ୍ରେସ ନେତା ତଥା ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କ ଭଳି ଜଣାଶୁଣା ଲୋକଙ୍କ ନାମ ରହିଛି ।

ପୀଡିତା ୨୪ ସେପ୍ଟେମ୍ବର ୨୦୨୧ରେ ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରିୟାଜ ଭଟିଙ୍କ ପତ୍ନୀ ଅଭିଯୋଗରେ ଯେଉଁ ଲୋକଙ୍କ ନାଁ ନେଇଛନ୍ତି, ସେମାନଙ୍କ ନାମ, ଠିକଣା ଉଲ୍ଲେଖ କରାଯାଇ ନାହିଁ କି ଅପରାଧର ତାରିଖ ଏବଂ ସ୍ଥାନ ମଧ୍ୟ ଉଲ୍ଲେଖ ହୋଇନାହିଁ। କିନ୍ତୁ ପୀଡିତା ତାଙ୍କ ସ୍ୱାମୀଙ୍କ ସମେତ ଉକ୍ତ ସବୁ ଲୋକଙ୍କ ବିରୋଧରେ ବଳାତ୍କାର ଓ ନିର୍ୟ୍ୟାତନା ଅଭିଯୋଗ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

20 + nineteen =