ଆତଙ୍କବାଦୀ ହାଫିଜ ସୟିଦ ଗିରଫ

ଲାହୋର() ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ହାଫିଜ୍ ସୟିଦକୁ ପାକିସ୍ତାନର କାଉଣ୍ଟର ଟେରୋରିଜମ୍ ଡିପାର୍ଟମେଣ୍ଟ ଆଜି ଗିରଫ କରିଛି । ଲାହୋରରୁ ଗୁଜରନ୍ ୱାଲା ଯିବାବେଳେ ଲାହୋରରୁ ହାଫିଜକୁ ଗିରଫ କରାଯାଇଥିବା ପାକ୍ ମିଡିଆ ସୂଚନା ଦେଇଛି । ଗିରଫ ପରେ ହାଫିଜ୍ କୁ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ ପଠାଇ ଦିଆଯାଇଛି ।

ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ତଥା ଜମାତ୍-ଉଦ୍-ଦାୱାର ମୁଖ୍ୟ ହାଫିଜ ସୟିଦକୁ ଜାତିସଂଘ ତରଫରୁ ଆନ୍ତର୍ଜାତୀୟ ଆତଙ୍କୀ ଭାବେ ଘୋଷଣା କରାଯାଇଥିଲା । ଫେବୃୟାରୀ ୧୪ରେ ପୁଲୱାମାଠାରେ ହୋଇଥିବା ଆତଙ୍କୀ ହମଲା ପରେ ଜାତିସଂଘ ତରଫରୁ ହାଫିଜ ଉପରେ କଡ଼ା ନଜର ରଖିଥିଲା କାଉଣ୍ଟର ଟେରୋରିଜିମ୍ ସ୍କ୍ୱାର୍ଡ ।

Share

Leave a Reply

Your email address will not be published. Required fields are marked *

nineteen − three =