କେନ୍ଦ୍ର ସରକାର ବଢ଼ାଇଲେ ସୁଧହାର

ନୂଆଦିଲ୍ଲୀ () କେନ୍ଦ୍ର ସରକାର ବଢ଼ାଇଲେ ସୁଧହାର, ଲୋକଙ୍କ ପାଇଁ ଆସିଛି ଖୁସି ଖବର । ସରକାର ଏହି ଯୋଜନା ଉପରେ ମିଳୁଥିବା ସୁଧ ହାର ବୃଦ୍ଧି କରିଛନ୍ତି । ବ୍ୟାଙ୍କ୍ ସମୂହର ଜମା ମୂଲ୍ୟ ସହ ତାଳ ଦେଇ ଅକ୍ଟୋବର-ଡିସେମ୍ବର କ୍ୱାର୍ଟର୍ ନିମନ୍ତେ ଏନ୍ଏସ୍ସି ଏବଂ ପିପିଏଫ୍ ସମେତ ସ୍ୱଳ୍ପ ସଂଚୟ ଯୋଜନାରେ ସରକାର ୦. ୪% ଯାଏଁ ସୁଧ ବୃଦ୍ଧି କରିଛନ୍ତି । ସ୍ୱଳ୍ପ ସଂଚୟ ଯୋଜନାରେ ସୁଧ ଦର କ୍ୱାର୍ଟର୍ଲି ବା ପ୍ରତି ତିନି ମାସରେ ଥରେ ଜଣାଇ ଦିଆଯାଏ । ଅକ୍ଟୋବର ୧ ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ୨୦୧୮ରେ ଶେଷ ହେଉଥିବା ୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟର୍ ନିମନ୍ତେ କେତେଗୁଡ଼ିଏ ସ୍ୱଳ୍ପ ସଂଚୟ ଯୋଜନାର ସୁଦ୍ଧ ମୂଲ୍ୟ ସଂଶୋଧିତ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି ।୫ ବର୍ଷିଆ ଜମା ଅବଧି, ରେକରିଙ୍ଗ୍ ଡିପୋଜିଟ୍, ସିନିୟର୍ ସିଟିଜେନ୍ ସେଭିଙ୍ଗ୍ସ୍ ସ୍କିମ୍ର ସୁଧ ଯଥାକ୍ରମେ ୭. ୮, ୭. ୩ ଏବଂ ୮. ୭କୁ ବୃଦ୍ଧି କରାଯାଇଛି । ବରିଷ୍ଠ ନାଗରିକଙ୍କ ଯୋଜନାରେ ସୁଧ ପ୍ରତି ୩ ମାସରେ ଥରେ ମିଳିଥାଏ ।କିନ୍ତୁ, ସେଭିଙ୍ଗ୍ ଆକାଉଣ୍ଟ୍ ଜମା ଉପରେ ସୁଧ ପୂର୍ବବତ ବାର୍ଷିକ ୪%ରେ ହିଁ ରହିଛି ।
ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଟ୍ (ପିପିଏଫ୍) ଏବଂ ନେସ୍ନାଲ୍ ସେଭିଙ୍ଗ୍ ସାର୍ଟିଫିକେଟ୍ (ଏନ୍ଏସ୍ସି) ପାଇଁ ଏବେ ବାର୍ଷିକ ୮% ସୁଧ ଦିଆଯିବ । କିଷାନ ବିକାଶ ପତ୍ର ପାଇଁ ବର୍ଷକୁ ୭. ୭% ସୁଧ ମିଳିବ ଏବଂ ୧୧୮ ମାସ ପରିବର୍ତ୍ତେ ୧୧୨ ମାସରେ ପରିପକ୍ୱ ହେବ। ବାଳିକାଙ୍କ ସଂଚୟ ଯୋଜନା ସୁକନ୍ୟା ସମୃଦ୍ଧି ଆକାଉଣ୍ଟ୍ରେ ୮. ୫% ସୁଧ ଏବଂ ଏବର ମୂଲ୍ୟ ଠାରୁ ୦. ୪% ଅଧିକ ସୁଧ ମିଳିବ ।

Share

Leave a Reply

Your email address will not be published. Required fields are marked *

one × five =