ସିବିଏସଇ ଦଶମ ପରୀକ୍ଷା ବାତିଲ କଲେ ସରକାର

ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ବାତିଲ କଲେ ସରକାର । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ବିକଳ୍ପ ବ୍ୟବସ୍ଥାରେ ଫଳାଫଳ ପ୍ରକାଶ ପାଇବ । ଦଶମ ପିଲାଙ୍କ କେଉଁ ଆଧାରରେ ମାର୍କ ଦିଆଯିବ ସେ ନିଷ୍ପତ୍ତ ନେବ ବୋର୍ଡ । ମାର୍କରେ ସନ୍ତୁଷ୍ଟ ନହେଲେ ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେଇପାରିବେ । ଜୁନ ୧ରେ ବୈଠକ ବସିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

19 − 14 =