ଗୌତମ ବେନେଗଲଙ୍କ ପରଲୋକ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ଲେଖକ, କାର୍ଟୁନିଷ୍ଟ, ଆନିମେସନ୍ ଫିଲ୍ମ ନିର୍ମାତା ଗୌତମ୍ ବେନେଗଲ୍ ଙ୍କର ଆଜି ପରଲୋକ ହୋଇଯାଇଛି । ସେ ୫୬ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ଏନେଇ ତାଙ୍କ ବନ୍ଧୁ କାଇଜାଦ୍ କୋଟୱାଲ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
କାଇଜାଦ୍ ସୋସିଆଲ ମିଡିଆରେ ଏନେଇ ଲେଖିଛନ୍ତି ଯେ, ଗୌତମ ବେନେଗଲ୍ ଆଉ ନାହାନ୍ତି । ଗତ କାଲି ସେମାନେ ଦୁହେଁ ମେସେଜ୍ ମାଧ୍ୟମରେ କଥା ହୋଇଥିଲେ । ଭାରତ ପାଇଁ ଏହା ଏକ ବଡ଼ ଦୁଃଖ, ଖାସ୍ କରି ତାଙ୍କର ଆର୍ଟିଷ୍ଟ ଫ୍ୟାନ୍ସଙ୍କ ପାଇଁ ଏହା ଖୁବ୍ ଦୁଃଖଦ ପୁର୍ଣ୍ଣ । ଗୌତମଙ୍କ ନିଧନ ଖବର ପରେ ତାଙ୍କ ଫ୍ୟାନ୍ସ ଏବଂ ବନ୍ଧୁ ପରିଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

three × five =