ଭୁବନେଶ୍ୱ ଏୟାରପୋର୍ଟରୁ ସୁନା ଜବତ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ନିକଟରୁ ଗୋଟିଏ ରୂପା ପ୍ରଲେପ ଦିଆଯାଇଥିବା ଗୋଟିଏ ସୁନା କଡ଼ା ଓ ଦୁଇଟି ସୁନାବାର୍ ଜବତ୍ ହୋଇଛି । ଯାତ୍ରୀ ଜଣକ କୁଆଲାଲମ୍ପୁରରୁ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କର ତଥା ତାଙ୍କ ବ୍ୟାଗର ତଲାସି ବେଳେ ଏହି ସୁନା ମିଳିଥିଲା ।ଯାତ୍ରୀଜଣକ ନିଜ ମଳଦ୍ୱାରରେ ଅଠା ଜରିଆରେ ଏହାକୁ ରଖିଥିଲେ । ଜବତ ହୋଇଥିବା ସୁନାର ଓଜନ ପାଖାପାଖି ୧୭୦ ଗ୍ରାମ୍ ହେବ ଓ ଏହାର ମୂଲ୍ୟ ପ୍ରାୟ ସାଢ଼େ ୫ଲକ୍ଷ ହେବ । ଯାତ୍ରୀଜଣକ ତାମିଲନାଡୁ ରାମନାଥପୂରମ୍ ଅଂଚଳର ବୋଲି ଜଣାପଡ଼ିଛି । ସ୍ମଗଲିଂ ଉଦ୍ଦେଶ୍ୟରେ ସେ ସୁନାକୁ କୁଆଲାଲମ୍ପୁରରୁ ଭାରତ ଆଣିଥିବା କଷ୍ଟମ୍ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଏନେଇ ଅଧିକ ଛାନଭିନ୍ ଜାରି ରହିଥିବା ସୂଚନା ଦେଇଛନ୍ତି ସୀମା ଶୁଳ୍କ ବିଭାଗର ଅଧିକାରୀ ।ସୂଚନାଯୋଗ୍ୟ ଯେ ଆର୍ନ୍ତଜାତିକ ବିମାନସେବା ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନନ୍ଦରରୁ ଆରମ୍ଭ ହେବା ପରଠାରୁ ଚୋରାସୁନା ବେପାରିମାନେ ଏହାକୁ ସନା ଚୋରା କାରବାରର ଏକ ସହଜ ବିମାନବନ୍ଦର ଭାବେ ଧରି ନେଇଛନ୍ତି। ଇତିମଧ୍ୟରେ ପ୍ରାୟେ ୧୦ଟିରୁ ଅଧିକ ମାମଲାରେ କଷ୍ଟମ ବିଭାଗ ପ୍ରାୟ ୧୦କୋଟିରୁ ଉର୍ଧ୍ୱ ଟଙ୍କାର ଚୋରା ସୁନା ଜବତ କରି ସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଧରାପଡ଼ିଥିବା ଅଧିକାଂଶ ଚୋରା ସୁନା କ୍ୱାଲାଲାମ୍ପୁରୁ ହିଁ ଭାରତକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଦେଇ ଆସିଛି।

Share

Leave a Reply

Your email address will not be published. Required fields are marked *

five × 5 =