୧୦ଗ୍ରାମ ପିଛା ୪୪୬୦୦ଟଙ୍କାକୁ ବୃଦ୍ଧି ହେଲା ସୁନା ଦର

ନୂଆଦିଲ୍ଲୀ() କରୋନା ପ୍ରଭାବରେ ଦେଶରେ ସୁନାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଖୁଚୁରା ବଜାରରେ ୧୦ଗ୍ରାମ ପିଛା ୪୪୬୦୦ଟଙ୍କାକୁ ବୃଦ୍ଧି ପାଇଛି । ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣ ମିଳିବା ଆଶା କମୁଥିବାରୁ ସୁନାର ଦାମ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ଯେତେବେଳେ ବିପଦ ସୃଷ୍ଟି ହୁଏ ସେତେବେଳେ ନିବେଶକ ମାନେ ସୁନାରେ ନିବେଶ କରିବା ଆରମ୍ଭ କରିଦିଅନ୍ତି । ଏବେ ଠିକ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରୂପା କେଜିପ୍ରତି ଦାମ ମଧ୍ୟ ବୃଦ୍ଧିପାଇ ୪୮ହଜାର ୫ଶହ ୮୫ଟଙକ୍ର ହୋଇଯାଇଛି । ସାତବର୍ଷ ଭିତରେ ଏହା ସୁନାର ଏହା ସର୍ବୋଚ୍ଚ ଦାମ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

12 − three =