ଆରପାରିରେ ପ୍ରତିରକ୍ଷା ମନ୍ତ୍ରୀ ଜର୍ ଫର୍ଣ୍ଣାଣ୍ଡେଜ୍

ଆରପାରିରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍ ୮୮ ବର୍ଷରେ ଆଜି ସକାଳ ପ୍ରାୟ ସାତଟା ବେଳେ ସେ ଦିଲ୍ଲୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ ଓ ସର୍ବସାଧାରଣରୁ ଦୂରେଇ ରହିଥିଲେ। କିଛି ଦିନ ହେଲା ସେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଥିଲେ। ଜର୍ଜ ଫର୍ଣ୍ଣାଣ୍ଡେଜ୍ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।
୯୮୯ରୁ ୧୯୯୦ ମଧ୍ୟରେ ଭି.ପି ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଣ୍ଡେଜ୍ ରେଳ ମନ୍ତ୍ରୀ ଥିଲେ। ୧୯୯୮ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଡେଜ୍ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ହିଁ ଭାରତ ପୋଖରାନରେ ପରମାଣୁ ବୋମା ପରୀକ୍ଷା କରିଥିଲା। ୨୦୦୯ ଅଗଷ୍ଟରୁ ୨୦୧୦ ଜୁଲାଇ ପର୍ୟ୍ୟନ୍ତ ଶେଷ ଥର ପାଇଁ ସାଂସଦ ହୋଇଥିଲେ ଓ ରାଜ୍ୟସଭାରେ ଥିଲେ।

Share

Leave a Reply

Your email address will not be published. Required fields are marked *

5 × two =