ନବୀନଙ୍କ ବାତ୍ୟା ମୁକାବିଲାକୁ ବିଦେଶୀ ଗଣମାଧ୍ୟମର ପ୍ରଶଂସା

ଭୁବନେଶ୍ୱର () ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବିଦେଶୀ ଗଣମାଧ୍ୟମ ପ୍ରଶଂସା କରିଛନ୍ତି । ବାତ୍ୟାରେ ସମ୍ଭାବ୍ୟ କ୍ଷୟକ୍ଷତି ଓ ଧନଜୀବନ ହ୍ରାସକୁ ରୋକିବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ନ୍ୟୁୟର୍କ ଟାଇମସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଶୁକ୍ରବାର ଉପକୂଳ ଓଡିଶାରେ ଫନି ତାଣ୍ଡବ ଖେଳାଇଥିଲା ।200ରୁ 240 କିଲୋମିଟର ବେଗରେ ପବନରେ ଲକ୍ଷ ଲକ୍ଷ ଗଛ ଉପୁଡି ପଡିଥିବା ହେଲେ ହଜାର ହଜାର ବିଦ୍ୟୁତ ଖୁଣ୍ଟ ଉପୁଡିଯାଇଛି । ଏଭଳି ବିପର୍ଯ୍ୟୟ ସମୟରେ 12 ଲକ୍ଷରୁ ଅଧିକ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଦ୍ୱାରା ମହାବାତ୍ୟା ଭଳି ଜୀବନ ହାନିକୁ ଟାଳି ଦିଆଯାଇଛି ।

ଏଥିପାଇଁ ରାଜ୍ୟ ସରକାର 43 ହଜାର ସ୍ବେଛାସେବୀ, ଏକ ଲକ୍ଷ ସରକାରୀ ଅଫିସରଙ୍କୁ ଥଇଥାନ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରାୟ 26 ଲକ୍ଷ ମୋବାଇଲ ମେଏସଜ ଜରିଆରେ ଲୋକଙ୍କୁ ସଚେତନ କରାଯାଇଛି । ଆପଦକାଳୀନ ସାଇରନ, ପୋଲିସ ଅଧିକାରୀ ଏବଂ ବିଭିନ୍ନ ସରକାରୀ ବ୍ୟବସ୍ଥା ଜରିଆରେ ଦିଆଯାଇଥିବା ବାର୍ତ୍ତା “ବାତ୍ୟା ଆସୁଛି, ସୁରକ୍ଷିତ ସ୍ଥାନକୁ ପଳାନ୍ତୁ”, ବେଶ କାମ ଦେଇଛି ।

ଆଜିକୁ 20 ବର୍ଷ ତଳେ ମହାବାତ୍ୟା ଓଡ଼ିଶାର ଚିତ୍ର ବଦଳାଇ ଦେଇଥିଲା । ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଘରଠାରୁ ମାଇଲ ମାଇଲ ଦୂରରେ ପଡିଥିଲା ମୃତଦେହ । ତାପରଠାରୁ ରାଜ୍ୟ ସରକାର ନିଜକୁ ପ୍ରସ୍ତୁତ କରିବା ସହ ଏଭଳି ବିପର୍ଯ୍ୟୟ ଆଉ ନହେଉ ବୋଲି ସବୁ ପ୍ରକାର ଚେଷ୍ଟା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − seven =