ଓଡ଼ିଶାରେ ସୁପରଲିଗ୍ ଫୁଟବଲ କ୍ଲବ

ଭୁବନେଶ୍ୱର () ଓଡ଼ିଶାରେ ସୁପରଲିଗ୍ ଫୁଟବଲ୍ କ୍ଲବବଙ୍ଘ୍ ପ୍ରତିଷ୍ଠା ପାଇଁ ଆଜି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଦିଲ୍ଲୀ ଫୁଟବଲ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହି କ୍ଲବ୍ ପ୍ରତିଷ୍ଠା ଓଡ଼ିଶାରେ ଫୁଟବଲ୍ କ୍ରୀଡ଼ାକୁ ଅଧିକ ଲୋକପ୍ରିୟ ଓ ଏହି ଖେଳ ପ୍ରତି ଯୁବଗୋଷ୍ଠୀକୁ ଆକୃଷ୍ଟ କରିବାରେ ସହାୟକ ହେବ । ଏହି କ୍ଲବ୍ ଜରିଆରେ ପ୍ରଥମ ଫୁଲବଲ୍ ଟିମ୍ର ଗଠନ ସାଙ୍ଗକୁ ଯୁବ ଫୁଲବଲ୍ ବିକାଶ କାର୍ଯ୍ୟକ୍ରମ ଏବଂ ତୃଣମୂଳ ସ୍ତରରେ ଫୁଟବଲ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ରାଜ୍ୟ ସରକାର ଏହି କ୍ଲବ୍ ପାଇଁ ଭୁବନେଶ୍ୱରରେ ଜାଗା ଯୋଗାଇଦେବା ସହ ଇଣ୍ଡିଆନ୍ ସୁପରଲିଗ୍ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବେ । ଏଥିସହ ଏହି କ୍ଲବ୍ ପ୍ରତିଷ୍ଠା ପାଇଁ ଆବଶ୍ୟକ ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାରେ ଫୁଲବଲ୍ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ କ୍ଲବ୍ ସହ ଯୋଗାଯୋଗ କରିବା ଏବଂ ଫୁଟବଲ୍ ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫୁଟବଲ୍ କ୍ଲବ୍ ଓ ଇଣ୍ଡିଆନ୍ ସୁପରଲିଗ୍କୁ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶାରେ ଫୁଟବଲ୍ର ବିକାଶ ଦିଗରେ ଏହା ଏକ ନୂଆ ଦିଗନ୍ତ ସୃଷ୍ଟି କରିବ । ଏହି ଚୁକ୍ତି ଦ୍ୱାରା ଫୁଟବଲ୍ ପ୍ରତି ଆଗ୍ରହ ରଖୁଥିବା ଯୁବ କ୍ରୀଡ଼ାବିତଙ୍କୁ ଏହି କ୍ରୀଡ଼ାରେ କ୍ୟାରିଅର୍ ଗଠନ ପାଇଁ ଉତ୍ସାହିତ କରିବ ।

Share

Leave a Reply

Your email address will not be published. Required fields are marked *

five × 5 =