ପେଥାଇ ପାଇଁ ମାଛର ବର୍ଷା

ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର ଅମଲାପୁରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପେଥାଇ ପ୍ରଭାବରେ ଗତ ଦୁଇଦିନଧରି ପୂର୍ବ ଗୋଦାବରୀ ସହ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆକଶରୁ ମାଛ ବର୍ଷା ହୋଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପ୍ରକୃତରେ ମାଛ ଆକାଶରୁ ପଡେନି । ସାଧାରଣତଃ ଦେଖାଯାଇଥାଏ ଯେ, ଯେତେବେଳେ ଜୋରରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ ସେତେବେଳେ ପାଣିରୁ ମାଛ ଅନ୍ୟାନ୍ୟ ଜଳଜୀବ ଆକାଶମାର୍ଗକୁ ପବନ ବେଗରେ ଉଠିଥାନ୍ତି ଓ ପୁଣି ତଳକୁ ପଡିବାର ଦେଖାଯାଇଥାଏ । ମିଳିଥିବା ଖବର ଅନୁସାରେ, ଗତକାଲି ଦିନ ପ୍ରାୟ ୪ଟାବେଳେ ଏଭଳି ଭିଡିଓକୁ ମୋବାଇଲରେ ସୁଟ୍ କରି ସାଙ୍ଗମାନଙ୍କୁ ପଠାଇଥିଲେ ଜଣେ ଅମଲାପୁରମ ବାସିନ୍ଦା । ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାଖାପାଖି ୧୦୦ ମାଛ ଭୂଇଁରେ ପଡିଥିବା ଦେଖାଯାଇଥିଲା । ଏବଂ ବାତ୍ୟା ପାଇଁ ବହୁତ ବର୍ଷା ହେଉଥିଲା ।

Share

Leave a Reply

Your email address will not be published. Required fields are marked *

4 × 5 =