କାବୁଲ ବିମାନ ବନ୍ଦରରେ ଗୁଳିଚାଳନା

କାବୁଲ: ତାଲିବାନର ତାଣ୍ଡବ ଅଥୟ ହେବାରେ ଲାଗିଛି । ଆଫଗାନିସ୍ତାନରେ ଲୋକେ ଭୟଭୀତ । କାବୁଲ ଦଖଲ କରିବା ଶହ ଶହ ଲୋକେ ଦେଶ ଛାଡୁଛନ୍ତି । ଆଫଗାନିସ୍ତାନ ପରିସ୍ଥିତି ଅଣାୟତ୍ତ ହୋଇପଡିଥିବାବେଳେ କୌଣସି ଯାତ୍ରୀବାହୀ ବିମାନ ଆଫଗାନ ଆକାଶ ସୀମା ମଧ୍ୟରେ ଉଡାଣ ନକରିବାକୁ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଫେରାଇ ନେବାକୁ ଆମେରିକା ଏବଂ ବ୍ରିଟେନର ସୈନ୍ୟମାନେ କାବୁଲ ବିମାନ ବନ୍ଦରରେ ସଜାଗ ରହିଛନ୍ତି। ତାଲିବାନ ଭୟରେ ଆଫଗାନିସ୍ତାନ ନାଗରିକ ଦେଶଛାଡି ଅନ୍ୟତ୍ର ପଳାଇଯିବାକୁ ଉଦ୍ୟମ ଜାରି ରଖିଛନ୍ତି। ସୋମବାର କାବୁଲ ବିମାନ ବନ୍ଦରରେ ହଜାର ହଜାର ସଂଖ୍ୟାର ଆଫଗାନ ନାଗରିକ ପହଞ୍ଚିବା ସହିତ ସେଠାରୁ ବିମାନଯୋଗେ ଅନ୍ୟ ଦେଶକୁ ପଳାଇଯିବାକୁ ଚେଷ୍ଟା କରିଥିଲେ। ବ୍ରିଟେନର ଏକ ସାମରିକ ବିମାନ ତାହାର ଦୂତାବାସ କର୍ମଚାରୀ ଓ ଅନ୍ୟମାନଙ୍କୁ ବ୍ରିଟେନ ଫେରାଇ ନେବାକୁ ବିମାନ ବନ୍ଦରରେ ପହଞ୍ଚିଥିବାବେଳେ ଆଫଗାନିସ୍ତାନର କିଛି ଠିକାବାର ସେଥିରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ବାରଣ କରାଯିବା ସତ୍ତ୍ୱେ ସେମାନେ ଶୁଣିନଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବ୍ରିଟିଶ ସୈନ୍ୟଙ୍କ ଗୁଳିଚାଳନାରେ ୮ ଜଣଙ୍କର ପ୍ରାଣହାନି ଘଟିଥିବା ଖବର ମିଳିଛି।

Share

Leave a Reply

Your email address will not be published. Required fields are marked *

6 + 2 =