ଦିଲ୍ଲୀ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସିବିଆଇ ହେଡକ୍ୱାର୍ଟରରେ ଅଗ୍ନିକାଣ୍ଡ । ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର‌୍ୟ୍ୟାଳୟ ବିଲ୍ଡିଂରେ ଆଜି ସକାଳୁ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦିଲ୍ଲୀର ଲୋଧି ରୋଡରେ ଥିବା ସିବିଆଇ ଅଫିସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।ଏବେ କୁଲିଂ କାର‌୍ୟ୍ୟ ଜାରି ରହିଛି । ବିଲ୍ଡିଂର କେଉଁ ମହଲାରେ ନିଆଁ ଲାଗିଥିଲା ଜଣାପଡ଼ି ନଥିବା ବେଳେ ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ସିବିଆଇ ମୁଖ୍ୟ କାର‌୍ୟ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ଅଗ୍ନିକାଣ୍ଡରେ କ\’ଣ ସବୁ ନଷ୍ଟ ହୋଇଛି ତା\’ର ସୂଚନା ମିଳିପାରିନାହିଁ ।

Share

Leave a Reply

Your email address will not be published. Required fields are marked *

one × four =