ମୋ ବିରୋଧରେ ମିଛ ଚର୍ଚ୍ଚା ହେଉଛି : ମନୋଜ

ଭୁବନେଶ୍ୱର (): ରାଜ୍ୟସଭା ପାଇଁ ଚାଲିଥିବା ରେସ୍‌ରେ ଗତ କିଛିଦିନ ଧରି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ଏ ଭିତରେ ଆଶାୟୀ ପ୍ରାର୍ଥିଙ୍କ ଦୌଡରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମନୋରଞ୍ଜନ ନାୟକଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ହେଉଥିବା ଏହି ଚର୍ଚ୍ଚା ଉପରେ ସେ ଆଜି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ “ମୋର ରାଜନୀତି ପ୍ରତି କୌଣସି ଆଗ୍ରହ ନାହିଁ” ।

ଏହି ପ୍ରସଙ୍ଗରେ ସେ କହିଛନ୍ତି ମୁଁ କେବେ ରାଜନୀତିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିନାହିଁ । ଏ ନେଇ ମୋର କୌଣସି ଯୋଜନା ନାହିଁ । ଯଦି ମୋର ଏଭଳି ଆଗ୍ରହ ଥାନ୍ତା ତେବେ ମୁଁ ବହୁ ପୂର୍ବରୁ ରାଜନୀତିରେ ଯୋଗ ଦେଇଥାନ୍ତି । ସୋସିଆଲ ମିଡିଆରେ ହେଉଥିବା ଏହି ଚର୍ଚ୍ଚା ଭିତ୍ତିହୀନ, ମିଛ ଓ କପୋଳକଳ୍ପିତ । ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସମ୍ ହସ୍ପିଟାଲରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ମୋର ଏକମାତ୍ର ଲକ୍ଷ୍ୟ ।

ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାରର ଉଦଘାଟନ ଉତ୍ସବରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ମ ରେ ଏକାଠି ବସିବା ପରେ ଏଭଳି ଚର୍ଚ୍ଚା ଉଠିଥିଲା । ତେଣୁ ବିଜେଡ଼ି ଓ ବିଜେପି ଉଭୟ ଦଳରୁ ମନୋଜ ସହମତି ଭି ିକ ପ୍ରାର୍ଥିହେବେ ବୋଲି କିଛି ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

3 + 12 =