ଚୀନ୍‌ ସେନା ପକ୍ଷରୁ ନିୟମ ଉଲଂଘନ କରାଯାଇ ଗୁଳି ଚାଳନା

ନୂଆଦିଲ୍ଲୀ() ସୋମବାର ବିଳମ୍ବିତ ରାତିରେ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ଗୁଳିବିନିମୟକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଗୁଳିବିନିମୟ ଘଟଣା ନେଇ ଚୀନ୍‌ ଭାରତକୁ ଦାୟୀ କରିବା ପରେ ଏନେି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ଭାରତୀୟ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ସୋମବାର ବିଳମ୍ବିତ ରାତିରେ ଭାରତ ପକ୍ଷରୁ ସୀମାରେ କୌଣସି ଗୁଳି ଚାଳନା କରାଯାଇ ନାହିଁ । ହେଲେ ଚୀନ୍‌ ସେନା ପକ୍ଷରୁ ନିୟମ ଉଲଂଘନ କରାଯାଇ ଗୁଳି ଚାଳନା କରାଯାଇଛି ।‌ ଚୀନ୍‌ ପକ୍ଷରୁ ବାରମ୍ବାର ଏଭଳି ନିୟମ ଉଲଂଘନ ହେଉଥିବା ମଧ୍ୟ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ସେପ୍ଟେମ୍ବର ୭ରେ ଚୀନ ସୈନିକମାନେ ଭାରତୀୟ ସେନା କ୍ୟାମ୍ପ ଆଡ଼କୁ ମାଡ଼ି ଆସିଥିଲା । ତେବେ ଭାରତୀୟ ସେନା ଅଟକାଇବାରୁ ଚାଇନା ସୈନିକମାନେ ବ୍ଲାଙ୍କ ଫାୟାରିଂ କରିଥିଲେ । ଯାହାଫଳରେ ଭାରତୀୟ ସେନା ଉପରେ ଚାପ ସୃଷ୍ଟି କରାଯାଇପାରିବ । କିନ୍ତୁ ଭାରତୀୟ ସେନା ପକ୍ଷରୁ ସଂଯମତା ରକ୍ଷା କରାଯାଇଥିଲା । ଗୋଟିଏ ପଟେ ଚାଇନା ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହୁଥିବାବେଳେ ଅପରପକ୍ଷରେ ସୀମାରେ ଏଭଳି ହୀନ କାର୍ୟ୍ୟ କରୁଛି । ନିଜ ଆଡ଼ୁ ବ୍ଲାଙ୍କ ଫାୟାରିଂ କରି ଭାରତୀୟ ସେନା ଆକ୍ରମଣ କରିଥିଲା ବୋଲି ଅଭିଯୋଗ କରୁଛି । କିନ୍ତୁ ଭାରତୀୟ ସେନା ଆଦୌ ଗୁଳିଚାଳନା କରିନଥିଲେ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × two =