ବିଜେଡିକୁ ଫେରିଲେ ପ୍ରଫୁଲ୍ଲ

ଭୁବନେଶ୍ବର () ବିଜେଡିର ପୂର୍ବତନ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଏକ ଗଣମାଧ୍ୟମରେ ଅନୌପଚାରିକ ଭାବେ ଦଳର ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଦଳରୁ ବହିସ୍କାର କରାଯାଇଥିଲା । ହେଲେ ସେ ଦଳରୁ ବହିସ୍କୃତ ହେବା ପରେ ମଧ୍ୟ କେବେ ବି ଦଳ ବିରୋଧରେ କାର୍ଯ୍ୟ କରିନାହାଁନ୍ତି । ବରଂ ସେ ସବୁ ସମୟରେ କହୁଥିଲେ ଯେ, ବିଜେଡି ସିନା ତାଙ୍କୁ ଛାଡି ଦେଇଛି ସେ ବିଜେଡିକୁ ଛାଡି ନାହାଁନ୍ତି । ସେ ବିଜେଡିରୁ ବହିସ୍କୃତ ହେବା ପରେ ମଧ୍ୟ ତାଙ୍କ ପୁଅ ଦଳୀୟ ପ୍ରାର୍ଥୀ ଭାବେ ଗତ ଥର ସୁକିନ୍ଦାରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ପ୍ରଫୁଲ ଘଡାଇଙ୍କ ବିଜେଡିକୁ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ବେଶ ଲଭାଦାୟକ ହେବା ସହ ସେ ବିରୋଧୀଙ୍କ ଆକ୍ଷେପର ଜବାବ ଦେବାକୁ ନବୀନଙ୍କ ହାତରେ ଏକ ବଡ ଅସ୍ତ୍ର ହେବେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ସେ 70 ଦଶକରୁ ରାଜନୀତି ଆରମ୍ଭ କରିଥିବା ବେଳେ 7 ଥର ବିଧାୟକ ହୋଇଛନ୍ତି । ଦୀର୍ଘ ଦିନ ଧରି ସେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

Share

Leave a Reply

Your email address will not be published. Required fields are marked *

3 × two =