ତୃତୀୟ ଟେଷ୍ଟରେ ଭାରତର ଇନିଂସ ପରାଜୟ

ଲଡର୍ସ: ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ୪ଦିନ ମଧ୍ୟରେ ଶେଷ ହୋଇଛି । ଭାରତ ୭୬ ରନର ଇନିଂସ ପରାଜୟ ବରଣ କରିଛି । ୫ ମ୍ୟାଚ ବିଶିଷ୍ଟ ସରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ଡ୍ର ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଜିତି ନେଇଥିଲା ବିରାଟ ବାହିନୀ । ଆଉ ତୃତୀୟ ଟେଷ୍ଟରେ ଏହାର ବଦଲା ନେଇଛି ଇଂଲଣ୍ଡ ।
ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଥିଲା । ଯାହାକି ଭାରତ ଲାଗି ମହଙ୍ଗା ପଡିଥିଲା । ପ୍ରଥମ ପାଳି ଇଂଲଣ୍ଡ ୪୩୨ ରନ କରିଥିଲା । ଭାରତକୁ ୩୫୪ ରନର ଲିଡ ଦେଇଥିଲା ଦଳ । ତେବେ ଏହି ସ୍କୋରକୁ ପିଛା କରିବାକୁ ଯାଇ ଭାରତ ୨୭୮ ରନରେ ଅଲଆଉଟ ହୋଇଛି । ଭାରତର ଇନିଂସ ପରାଜୟକୁ ନେଇ କ୍ରିକେଟ ପଣ୍ଡିତମାନେ ନିନ୍ଦା କରିବା ଆରମ୍ଭ କରି ଦେଲେଣି ।

Share

Leave a Reply

Your email address will not be published. Required fields are marked *

three − 1 =