ପ୍ରଥମେ ବୋଲିଂ କରିବ ଭାରତ

ଇଣ୍ଡିଆ ଆଜିର ମ୍ୟାଚ୍ରେ ପ୍ରଥମେ ବୋଲିଂ କରିବ। ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍। ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲିଶ ଟିମ୍ ଅଧିନାୟକ ଇଆନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ଆଜି ଉଭୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି। ଟିମ୍ ଇଣ୍ଡିଆ ୪ ନଂରେ ବ୍ୟାଟିଂ କରୁଥିବା ବିଜୟ ଶଙ୍କରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେଇଛି।ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ପ୍ଲେଇଂ ଇଲେଭେନରେ ଋଷଭ ପନ୍ଥଙ୍କୁ ସାମିଲ କରାଯାଇଛି । ବିଜୟ ଶଙ୍କରଙ୍କ ସ୍ଥାନରେ ପନ୍ଥଙ୍କୁ ପ୍ରବେଶ ହୋଇଛି ।
ଭାରତ ଏବେ ଯାଏଁ ଖେଳିଥିବା ୫ଟି ମ୍ୟାଚରେ ଜିତି ନିଜର ବିଜୟ ରଥ ଜାରି ରଖିଛି । ସବୁ ମ୍ୟାଚ ଜିତି ଭାରତ ୧ ନମ୍ବର ରଙ୍କରେ ଅଛି । ତେବେ ଆଜି ମ୍ୟାଚରେ କେଉଁ ଦଳ କିଭଳି ପ୍ରଦର୍ଶନ କରୁଛି ତାହା ଦେଖିବା ବାକି ରହିଲା ।

Share

Leave a Reply

Your email address will not be published. Required fields are marked *

twenty − two =