ବିଜୟ ଶୋଭାଯାତ୍ରାରେ ନିର୍ବାଚନ କମିଶନଙ୍କ ରୋକ୍

ନୂଆଦିଲ୍ଲୀ: କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପକୁ ଦେଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନରେ ବିଜୟ ପରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ । ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ମେ’ ୨ ତାରିଖରେ ଆସିବ ।

ଏଥିସହ ବିଜୟ ପ୍ରାର୍ଥୀଙ୍କ ସହ ୨ ଜଣରୁ ଅଧିକ ବ୍ୟକ୍ତି ବିଜୟ ପ୍ରମାଣପତ୍ର ଆଣିବାକୁ ଯିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ମାଡ୍ରାସ୍ ହାଇକୋର୍ଟ କରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍ ବୋଲି କହିଛନ୍ତି । କୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।

କରୋନା ସଂକ୍ରମଣ ମାମଲା ବିଗତ କିଛିଦିନ ହେଲା ଦ୍ରୁତଗତିରେ ବଢ଼ି ଚାଲିଛି । ନିର୍ବାଚନ ପ୍ରଚାରେ ବେଳେ ବିଭିନ୍ନ ରାଜନୀତିକ ଦଳର ସଭାରେ ଅସଂଖ୍ୟ ଲୋକଙ୍କ ଭିଡ଼ ଲାଗୁଥିଲା । ସେଠି ନା ସାମାଜିକ ଦୂରତା ଥିଲା, ନା କାହା ମୁହଁରେ ମାସ୍କ ଦେଖିବାକୁ ମିଳୁଥିଲା । ଏପରିକି ନିର୍ବାଚନ ପ୍ରଚାରେ ବେଳେ ପ୍ରାୟ ଦଳର ଷ୍ଟାର କ୍ୟାମ୍ପେନର ମଧ୍ୟ ମାସ୍କ ପିନ୍ଧୁନଥିବା ଦେଖା ଯାଇଥିଲା । ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ନିର୍ବାଚନ ଆୟୋଗ ବଡ଼ ରାଲି, ରୋଡ୍ ଶୋ’ ଉପରେ କଟକଣା ଲଗାଇଥିଲେ ।

Share

Leave a Reply

Your email address will not be published. Required fields are marked *

twenty + ten =