ବିହାର ନିର୍ବାଚନ ସହ ଏକତ୍ର ହେବ ଉପନିର୍ବାଚନ

ଭୁବନେଶ୍ୱର() ନଭେମ୍ବରରେ ଅନୁଷ୍ଠିତ ହେବ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ ମଧ୍ୟ ଏନେଇ ଇଙ୍ଗିତ ଦେଇଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଏହି ଉପନିର୍ବାଚନ ହେବବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ବିଭିନ୍ନ ରାଜ୍ୟର ୬୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ନିର୍ବାଚନ କରାଯିବ । ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛିଯେ, ନଭେମ୍ବର ୨୯ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ଶେଷ ହେବ । ତେଣୁ ନଭେମ୍ବରରେ ତିର୍ତୋଲ ଓ ବାଲେଶ୍ୱରରେ ମଧ୍ୟ ଉପନିର୍ବାଚନ ହେବବୋଲି କୁହାଯାଇପାରିବ ।

ସୂଚନାଯୋଗ୍ୟଯେ, ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ ହୋଇଯାଇଛି । ଫଳରେ ତିର୍ତୋଲ ଆସନଟି ଖାଲି ପଡ଼ିଛି । ସେହିପରି ବାଲେଶ୍ୱରର ଟାଣୁଆ ବିଜେପି ନେତା ମଦନ ମୋହନ ଦତଙ୍କର ମଧ୍ୟ ଅକାଳ ବିୟୋଗ ଘଟିଥିବାରୁ ସେହି ବିଧାନସଭା ଆସନଟି ଖାଲି ପଡ଼ିଛି ।

Share

Leave a Reply

Your email address will not be published. Required fields are marked *

six + 17 =