ନାମାଙ୍କନପତ୍ର ଦାଖଲ କଲେ ୪ ପ୍ରାର୍ଥୀ

ଭୁବନେଶ୍ୱର() ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ପ୍ରାର୍ଥୀ।ଏହି ୪ ପ୍ରାର୍ଥୀ ହେଲେ ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତ ।

ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ୧୭ ରାଜ୍ୟରେ ଖାଲିପଡ଼ିଥିବା ୫୫ ଆସନରେ ଏହି ନିର୍ବାଚନ ହେବ । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ରହିଛି ।

Share

Leave a Reply

Your email address will not be published. Required fields are marked *

nine − seven =